ୱାର୍ଡ କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହେଲେ ଦମୟନ୍ତୀ

କଟକ: କଟକ ଡେପୁଟି ମେୟର ରେସରେ ବାଜି ମାରିଛନ୍ତି ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡ କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ । ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଛନ୍ତି ।ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତେବେ ସେ ତାହାକୁ ସୁଚାରୁରୂପେ ତୁଲାଇବେ ବୋଲି ଗତକାଲି କହିଥିଲେ ଦମୟନ୍ତୀ । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ବନ୍ଦିରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ କଟକର ସର୍ଵ କନିଷ୍ଠ କର୍ପୋରେଟର ହେଉଛନ୍ତି ଦମୟନ୍ତୀ ।
ପ୍ରକାଶ ଯେ କଟକ ମହାନଗର ନିଗମ ଡେପୁଟୀ ମେୟର ନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ଦଳୀୟ ହୁଇପ ଜାରି କରିଥିଲେ । ଦଳର ନିର୍ବାଚିତ ୩୮ କର୍ପୋରେଟରଙ୍କ ଉପରେ ବିଜେଡି ପକ୍ଷରୁ ହୁଇପ ଜାରି କରାଯାଇଥିଲା । ଦଳର ନିଦେ୍ର୍ଧଶ ମୁତାବକ ମତଦାନ କରିବାକୁ ହୁଇପରେ ନିଦେ୍ର୍ଧଶ ଦିଆଯାଇଥିଲା ।
ଅନ୍ୟପଟେ କଟକ ମହାନଗର ନିଗମ (ସିଏମ୍ସି)ର ପଞ୍ଚମ ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂହ । ଶପଥ ପାଠ କରାଇଛନ୍ତି ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ ନାୟକ ।
Powered by Froala Editor