ଝାଡାବାନ୍ତି ଆତଙ୍କ, ଦୁଇ ମୃତ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତି ଆତଙ୍କ। ଗାଁର ପ୍ରାୟ ୩୦ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଗଲା ଦୁଇ ଦିନ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୨୮ ଜଣ ଚିକିତ୍ସାଧୀନ ରହିଛନ୍ତି।
ଗତକାଲି ଧରାକୋଟ ମେଡିକାଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୩୦ ଜଣ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଖାଦ୍ୟରେ ବିଷକ୍ରିୟା ହେତୁ ଅସୁସ୍ଥ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଖବର ପାଇ ଧରାକୋଟ ମେଡ଼ିକାଲ ଟିମ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କୁ ଭେଟି ପ୍ରାଥମିକ ଚିକିତ୍ସା କରିଛି। ଆଉ କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor