ଏପରି କରନ୍ତୁ କଖାରୁ କେକ

ଆପଣ ତ ଭିନ୍ନ ଭିନ୍ନ ପ୍ରକାରର କେକ ପ୍ରସ୍ତୁତ କରି ଖାଇଥିବେ । କଦଳୀ କେକ, ଫ୍ରୁଟସ କେକ, ପାଲମ କେକ ଆଦି କେତେ ପ୍ରକାରର । କିନ୍ତୁ କେବେ କଖାରୁ କି ପମ୍ପକିଂନ କେକ ପ୍ରସ୍ତୁତ କରି ଖାଇଛନ୍ତିକି । ଯଦି ଖାଇନାହାନ୍ତି ତେବେ ଚାଖି ଦେଖନ୍ତୁ ।
ଲେଖିରଖନ୍ତୁ ଆବଶ୍ୟକ ହେଉଥିବା ସାମଗ୍ରୀ: କିଛି କଖାରୁ, କିଛି ଚକୋଲେଟ ଚିପ୍ସ, ଗୋଟେ ଚାମଚ ବଟର, ୨ କପ ମଇଦା, ଅଧା ଚାମଚ ବେକିଙ୍ଗ ପାଉଡର, ଅଧା ଚାମଚ ଲୁଣ, ୨ ଟି ବଡ ଅଣ୍ଡା, ଦେଢ଼ କପ ଗୁଣ୍ଡ ଚିନି, ଗୋଟେ ଚାମଚ ଭାନିଲା, ଗୋଟେ ଚାମଚ ଗୁଜୁରାତି, ଅଧା ଚାମଚ ଗୁଣ୍ଡ ଅଦା ଓ ଲବଙ୍ଗ
ପ୍ରସ୍ତୁତି ପ୍ରଣାଳୀ;
ପ୍ରଥମେ ନିଜ ଓଭାନକୁ ଆଗୁଆ ହିଟ କରନ୍ତୁ । ଏବେ ଡ଼ିସ ଉପରେ କିଛି ମଇଦା ଛିଂଚି ଦିଅନ୍ତୁ । ଏକ ପାତ୍ରରେ ପାଣି ଦେଇ କଖାରୁକୁ ସିଝାଇ ଦିଅନ୍ତୁ ।
ଏବେ ଚକୋଲେଟ ଚିପ୍ସକୁ 3 ଚାମଚ ବଟର ସହିତ ତରଲାନ୍ତୁ । ଏବେ ବାକି ଲହୁଣୀକୁ ଆଉ ଏକ ପ୍ୟାନରେ ଗରମ କରନ୍ତୁ ।
ଏବେ ମଇଦା, ବେକିଙ୍ଗ ପାଉଡର, ଲୁଣକୁ ଏକ ମିଡିୟମ ଆକାରର ବାଉଲରେ ମିଶାନ୍ତୁ । ଆଉ ଏକ ପାତ୍ରରେ ଅଣ୍ଡା, ଚିନି ମିଶାନ୍ତୁ । ଏବେ ସେଥିରେ ଲହୁଣୀ ମିଶାନ୍ତୁ ।
ଏବେ ଘୋଳଟିକୁ ଦୁଇଟି ପାତ୍ରରେ ଭାଗ କରିନିଅନ୍ତୁ । ଏବେ ସେଥିରେ ଚକୋଲେଟ ତରଳ କରି ମିଶାଇ ଦିଅନ୍ତୁ । ଏବେ ସେଥିରେ କଖାରୁ, ଗୁଜୁରାତି, ଅଦା, ଲବଙ୍ଗ ଆଦିକୁ ମିଶାଇ ଦିଅନ୍ତୁ ।
ପୂର୍ବରୁ ହିଟ ହୋଇଥିବା ପାତ୍ରରେରେ ଘୋଳକୁ ଦେଇ ୪୦ ରୁ ୪୫ ମିନିଟ ଯାଏଁ ବଶାଇ ଦିଅନ୍ତୁ ।
Powered by Froala Editor