ଶାଳୀକୁ ଟାଙ୍ଗିଆରେ ହାଣିଲା ଭିଣୋଇ

ସମ୍ବଲପୁର: ନିଶାସକ୍ତ ଭିଣୋଇର ଉନ୍ମତ୍ତକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଶାଳୀକୁ ଟାଙ୍ଗିଆରେ ହାଣିଲା ନୃଶଂସ ଭିଣୋଇ। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ବୁର୍ଡା ପଞ୍ଚାୟତ କାଣ୍ତତଇଲା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ରବିବାର ରାତିରେ ଗାଁର ଚରଣ ବାଗ ନିଶାଶକ୍ତ ଅବସ୍ଥାରେ ଘରକୁ ପହଞ୍ଚି ନିଜ ଶାଳୀ ସରସ୍ବତୀ ଭୋଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବାବେଳେ ରେଢାଖୋଲ ଚିକିତ୍ସାଳୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅଭିଯୁକ୍ତ ଚରଣ ବାଗକୁ ଥାନାରେ ଅଟକ ରଖିଥିବା ପଚରା ଉଚରା କରୁଛି ପୋଲିସ।
Powered by Froala Editor