ରାତି ଅଧରେ ଭାଙ୍ଗିଦେଲେ ଶ୍ରୀମନ୍ଦିର ରୋଷଘର ଚୁଲା
ଭୁବନେଶ୍ୱର : ମହାପ୍ରଭୂଙ୍କ ମହାପ୍ରସାଦ ରନ୍ଧନ ପାଇଁ ଶ୍ରୀମନ୍ଦିରରେ ରହିଛି ରୋଷଘର । ରୋଷଘର ଅତ୍ୟନ୍ତ ପବିତ୍ର ହୋଇଥିବାବେଳେ ଗୋପନୀୟତା ରକ୍ଷା କରାଯାଏ । ତେବେ ଶ୍ରୀମନ୍ଦିରର ରୋଷଘରେ କେହି ଚୁଲା ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି ।
କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶ୍ରୀମନ୍ଦିର ରୋଷଘରେ ଶହ ଶହ ଚୁଲା ରହିଛି । ତେବେ ଗତକାଲି ବିଳମ୍ବିତ ରାତିରେ କେହି ୪୦ଟି ଚୁଲା ଭାଙ୍ଗି ଦେଇଛନ୍ତି । କେଉଁ କାରଣରୁ ଓ କିଏ ଏହି ଚୁଲା ଭାଙ୍ଗିଛନ୍ତି ତାହା ଜଣାପଡ଼ିନାହିଁ । ଏଭଳି ଏକ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିଚାର କରାଯାଉଛି ।
Powered by Froala Editor