୨୦୩୬ ବେଳକୁ ଦେଶର ମାର୍ଗ ଦର୍ଶନ କରିବ ଓଡିଶା
ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ରାଜ୍ୟ ତଥା ବିଶ୍ୱର କୋଣଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଲକ୍ଷ୍ୟକୁ ସଫଳ କରିଥିବା ମହାପୁରୁଷଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଉ ୧୪ ବର୍ଷ ପରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ । ରାଜ୍ୟ ଏବେ ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ମସିହା ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ସେ ସୋସିଆଲ ମିଡିଆରେ ଭଡିଓ ବାର୍ତ୍ତା ଦେଇଛନ୍ତି ।
Powered by Froala Editor