ଚାନ୍ଦବାଲିରେ ଶର୍ମିଷ୍ଠା, ରିକ୍ରିଏଟ ହେଉଛି କ୍ରାଇମ ସିନ୍
ଚାନ୍ଦବାଲି: ଶର୍ମିଷ୍ଠଙ୍କୁ ନେଇ ଚାନ୍ଦବାଲିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । କିଭଳି ଫେବୃଆରୀ ୭ ତାରିଖରେ ଶର୍ମିଷ୍ଠା ମାନସଙ୍କୁ ଅପହରଣ କରୁଥିଲେ, ସେ ବାବଦରେ ତଥ୍ୟ ରଖୁଛନ୍ତି ଶର୍ମିଷ୍ଠା ।
ସୂଚନା ଅନୁସାରେ ଅପହରଣ ଦିନ ମାନସ ଯେଉଁଠାକୁ ବାହାଘର ଭିଡିଓ ସୁଟିଂ ପାଇଁ ଯାଇଥିଲେ, ସେହି ସ୍ଥାନରେ କ୍ରାଇମ ସିନ୍ ରିକ୍ରିଏଟ୍ ହେଉଛି । ଘଟଣାସ୍ଥଳରେ ଅଭିଯୁକ୍ତ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । କ୍ରାଇମବ୍ରାଞ୍ଚ ଟିମ୍ ଓ ଅଭିଯୁକ୍ତଙ୍କ ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।
ସୂଚନା ଅନୁସାରେ ଶର୍ମିଷ୍ଠାକୁ ବିଭିନ୍ନ ସ୍ପଟକୁ ନିଆଯିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି । ୩ଟିୁ ସ୍ଥାନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରାଯିବ । ଶର୍ମିଷ୍ଠାଙ୍କୁ ଦୟାଲ ଆଶ୍ରମ ଓ ରଣପୁର ନିଆଯିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ଘଟଣାର ତନତନ କରି ତଦନ୍ତ ଜାରି ରଖିଛି । ୫ ଦିନଆ ରିମାଣ୍ଡର ଆଜି ହେଉଛି ଚତୁର୍ଥ ଦିନ । ଗତକାଲି ହତ୍ୟା ନେଇ ସତ ଓଗାଳିଛି ଅଭିଯୁକ୍ତ ରଂଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିଥିବା ରଂଜନ କହିଥିଲା। ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ଆଶ୍ରମରେ ନିରଞ୍ଜନ ସେଠୀଙ୍କ ସହ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟିପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ରଣପୁର ନେଇଥିଲେ । ନୟାଗଡା ରଣପୁର ଅଂଚଳରେ ଶବ ପୋତିବା ପରେ ସେଠାରୁ ଫେରିଥିଲେ । ଫେରିବାବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡିଥିଲେ । ମାସନଙ୍କ ଇୟର ଫୋନ, ଚପଲ, ଶବ ନେଇଥିବା ଅଖା ମଧ୍ୟ ପୋଡିଥିଲେ । ଗାତ ଖୋଳି କୋଦାଳ, ଗଇଁତିକୁ ସେଠାରେ ବୁଦାମୂଳେ ଫିଙ୍ଗିଦେଇଥିଲେ ।
Powered by Froala Editor