ଆର୍ୟନ ଖାନ୍ କେସ୍ରେ ଏସଆଇଟିକୁ ୬୦ ଦିନର ଅତିରିକ୍ତ ସମୟ ଦେଲେ କୋର୍ଟ
ଆର୍ୟନ ଖାନ ଡ୍ରଗ୍ସ କେସର ଚାର୍ଜସିଟ୍ ଦାଖଲ କରିବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଏସଆଇଟି ଟିମକୁ ଅତିରିକ୍ତ ୬୦ ଦିନର ସମୟ ଦେଇଛନ୍ତି ଏନଡିପିଏସ କୋର୍ଟ। ମାମଲାରେ ଚାର୍ଜସିଟ୍ ଦାଖଲ କରିବା ପାଇଁ କୋର୍ଟଙ୍କ ନିକଟରେ ଅତିରିକ୍ତ ୯୦ ଦିନର ସମୟ ମାଗିଥିଲା ଏସଆଇଟି । ତେବେ କୋର୍ଟ ଏସଆଇଟିକୁ ଅତିରିକ୍ତ ୬୦ ଦିନ ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, ମୁମ୍ବାଇର ଏକ କ୍ରୁଜ୍ରେ ପାର୍ଟି ବେଳେ ମିଳିଥିବା ଡ୍ରଗ୍ସ ମାମଲାରେ ଏନ୍ସିବି ଆର୍ୟନ ଖାନ୍ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଏନ୍ସିବି ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ପ୍ରଥମେ ଏହି ମାମଲାରେ ଏନ୍ସିବିକୁ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ପରେ ଆର୍ୟନଙ୍କୁ ବର୍ତ୍ତମାନ ଏହି ମାମଲାରେ କ୍ଲିନ୍ଚିଟ୍ ଦିଆଯିବ ନାହିଁ ବୋଲି ଏନ୍ସିବି ସ୍ପଷ୍ଟ କରିଥିଲା।
ଆର୍ୟନଙ୍କ କେସ୍ରେ ଏନ୍ସିବି ଏପ୍ରିଲ ୨ ସୁଦ୍ଧା ଚାର୍ଜଶିଟ ଦାଖଲ କରିବାର ପ୍ରାବଧାନ ରହିଥିଲା। ତେବେ ତଦନ୍ତକାରୀ ସଂସ୍ଥା ଉକ୍ତ ସମୟସୀମା ପୂର୍ବରୁ ଚାର୍ଜଶିଟ ଦାଖଲ ପାଇଁ ଅଧିକ ୯୦ ଦିନ ସମୟ ଲୋଡିଥିଲା। ଏନ୍ସିବିର ଏହି ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ହେଁ ଚାର୍ଜଶିଟ ଦାଖଲ ପାଇଁ ୬୦ ଦିନ ସମୟ ଦେଇଛନ୍ତି।
Powered by Froala Editor