ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ଆତଙ୍କବାଦୀ ନିହତ
ଶ୍ରୀନଗର:ଜମ୍ମୁକଶ୍ମୀର ପୁରୁଣା ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ୨ ଜଣ ଲସ୍କର-ଏ-ତୋଏବାର ଆତଙ୍କୀଙ୍କୁ ନିହତ ହୋଇଛନ୍ତି ।
ସୂଚନାଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହା ପରେ ପୂର୍ଣ୍ଣ ପ୍ରସ୍ତୁତି ସହ କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଅପରେସନ ଆରମ୍ଭ ହୋଇଥିଲା । ସ୍ଥାନକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ଆତଙ୍କୀ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଜବାବରେ ସୁରକ୍ଷାବାହିନୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଫଳରେ ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବିହନୀ । ମୃତ ୨ ଆତଙ୍କୀ ବିଭିନ୍ନ ଅପରାଧିକ କାର୍ୟ୍ୟରେ ସମ୍ପୃକ୍ତ ଥିବା କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
Powered by Froala Editor