ଓସ୍କାର ହାତେଇଲା ଫିଲ୍ମ ‘ଡ୍ୟୁନ’ : ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା, ଜେସିକା ଶ୍ରେଷ୍ଠ ଅଭିନେତ୍ରୀ

୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ ଟି ଆୱାର୍ଡ। ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ଏହା ଡେନିସ୍ ଭିଲେନେଭଙ୍କ ପ୍ରଥମ ପୁରସ୍କାର।
ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ୱିଲ ସ୍ମିଥଙ୍କୁ ଓସ୍କାର ସମ୍ମାନ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେସିକା ଖ୍ରୀଷ୍ଟିନାଙ୍କୁ ଓସ୍କାର ସମ୍ମାନ ମିଳିଛି । ୱିଲ ସ୍ମିଥଙ୍କୁ ଫିଲ୍ମ ‘King Richard’ ପାଇଁ ଏହି ପୁରସ୍କାର ମିଳିଛି। ସେହିପରି ଚଳଚ୍ଚିତ୍ର ’ଦ ଆଇନ୍ ଅଫ ଟାମି ଫାଏ’ ପାଇଁ ଜେସିକାଙ୍କୁ ଓସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ ‘ଦି ପାୱାର୍ ଅଫ୍ ଡଗ୍’ ପାଇଁ ଜେନ କାମ୍ପିୟନକୁ ଓସ୍କାର ଆୱାର୍ଡ ମିଳିଛି।
ସେହିପରି ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ‘Summer of Soul’ ବାଜି ମାରିନେଇଛି। ଓସ୍କାର ନମିନେସନ ଯାଏଁ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing With Fire’ ପହଞ୍ଚିବା ଏକ ବଡ଼ କଥା, କିନ୍ତୁ ଏହି ଦୌଡ଼ରୁ ବାହାରିବା ମଧ୍ୟ ନିରାଶାଜନକ।
ସେହିପରି ଦୀପିକା ପାଦୁକୋନଙ୍କୁ ମିଳିଛି ଟାଇମ୍ ୧୦୦ ଇମ୍ପ୍ୟାକ୍ଟ ଆୱାର୍ଡ । ଏହି ସମ୍ୱନ୍ଧୀୟ ଏକ ପୋଷ୍ଟ କରି ଦୀପିକା ଲେଖିଛନ୍ତି ଯେ, “ସୋମବାର ସକାଳ ମୋ ପାଇଁ ବହୁତ ଶୁଭ । ଏହି ଆୱାର୍ଡ ଦ୍ୱାରା ଉକ୍ତ ମନୋନୀତ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ ଯେଉଁମାନେ କି ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ପରିଚୟ ବ୍ୟବହାର କରନ୍ତି । ଏହି ନାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଦୀପିକା ପାଦୁକୋନଙ୍କର, ଯିଏ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ କାମ କରିଛନ୍ତି” ।
Powered by Froala Editor