ଏହି ସବୁ ସ୍ଥାନରେ ଏହି ହେଲେ ପୌରାଧ୍ୟକ୍ଷ

ଭୁବନେଶ୍ୱର : ଚଳିତ ଥର ପୌରାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ଓ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି । ନିର୍ବାଚନରେ ବିଜୁ ଜନତା ଦଳ ଦବଦବା ଜାହିର କରିଛି । ଇତିମଧ୍ୟରେ କେତେକ ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ନିର୍ବାଚନ ନେଇ ଫଳାଫଳ ଆସିସାରିଛି ।
ଧର୍ମଗଡ଼ : ଅଶୋକ ମହାନ୍ତି, ବିଜେପି
କେନ୍ଦ୍ରାପଡ଼ା : ସରିତା ସାହୁ, ବିଜେଡ଼ି
ଝାରସୁଗୁଡ଼ା : ରାଣୀ ହାତୀ, ବିଜେଡ଼ି
ବାଲୁଗାଁ : ସସ୍ମିତା ପାଇକରାୟ, ବିଜେଡ଼ି
ଖଣ୍ଡପଡ଼ା : ଆରତୀ ପ୍ରଧାନ, ସ୍ୱାଧୀନ
ଆଠଗଡ଼ : ସୁସ୍ମିତା ରାଉତ, ବିଜେଡ଼ି
ବିଜେପୁର : ସୀତା ବାରିକ, ବିଜେଡ଼ି
ବଲାଙ୍ଗୀର : ଗୋବିନ୍ଦ ପ୍ରଧାନ, ବିଜେଡ଼ି
ତୁଷରା : ଅଜୟ ଜୟସ୍ୱାଲ, ବିଜେଡ଼ି
ରାଇରଙ୍ଗପୁର : ଅଭିଷେକ ପଟ୍ଟନାୟକ, ବିଜେଡ଼ି
ବିନିକା : ସୁବାସ ଚନ୍ଦ୍ର ଭୋଇ, ବିଜେଡ଼ି
ଯାଜପୁର : ରଞ୍ଜୁଲତା ହୋତା, ବିଜେଡ଼ି
ବ୍ୟାସନଗର : ସଂଗୀତା ପିଙ୍ଗୁଆ, ବିଜେଡ଼ି
ସୂଚନାଯୋଗ୍ୟଯେ, ରାଜ୍ୟର ୧୦୯ ପୌର ପରିଷଦରେ ଭୋଟ ହୋଇଥିଲେବି ୧୦୮ଟିରେ ଗଣତି କରାଯାଉଛି । ଧାମନଗରର ଫଳାଫଳ ଆଜି ଆସିପାରିବ ନାହିଁ । ମୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ୫ଟି ଟେବୁଲର ବ୍ୟବସ୍ଥା ଥିବାବେଳେ ତିନି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରହିଛି ।
Powered by Froala Editor