ପୌର ଭୋଟ ଗଣତି, ଆଗରେ ବିଜେଡ଼ି

ଭୁବନେଶ୍ୱର : ଏବେ ପୌର ଭୋଟ ଗଣତି ଚାଲିଛି । ନିର୍ବାଚନ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉତ୍ସାହ ପରିଲକ୍ଷିତ ହୋଇଛି । ତେବେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହୋଇଛି । ବିଜେଡ଼ି ବହୁ ଆଗରେ ରହିଥିବାବେଳେ ଅନେକ ପୌର ପରିଷଦରେ ବିରୋଧୀ ପୋଛି ହୋଇଯାଇଛନ୍ତି ।
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଫଳରେ ଗଣନା କେନ୍ଦ୍ର ଆଗରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ କେତେକ ସ୍ଥାନରେ ଭୋଟ ଗଣତି ବିଳମ୍ବିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।
ସୂଚନାଯୋଗ୍ୟଯେ, ରାଜ୍ୟର ୧୦୯ ପୌର ପରିଷଦରେ ଭୋଟ ହୋଇଥିଲେବି ୧୦୮ଟିରେ ଗଣତି କରାଯାଉଛି । ଧାମନଗରର ଫଳାଫଳ ଆଜି ଆସିପାରିବ ନାହିଁ । ମୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ୫ଟି ଟେବୁଲର ବ୍ୟବସ୍ଥା ଥିବାବେଳେ ତିନି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରହିଛି ।
Powered by Froala Editor