ମଣିଷ ପାଲଟିଲା ପଶୁ, ଶିଶୁକନ୍ୟାର କଟା ମୁଣ୍ଡକୁ ଧରି ବୁଲିଲା

ସମ୍ୱଲପୁର: ମାନବିକତାକୁ ଭୁଲି ପଶୁ ପାଲଟିଲା ମଣିଷ । ୮ ବର୍ଷର ଝିଅକୁ ଗ୍ରାମର ଜଣେ ଯୁବକ ଗୋଡାଇ ଗୋଡାଇ ହାଣିଛି । ଶୌଚ ହେବାକୁ ଯାଇଥିବା ସମୟରେ ୮ ବର୍ଷ ଝିଆକୁ ଯୁବକ ଜଣଙ୍କ ଗୋଡାଇ ଗୋଡାଇ ହାଣି ଗଳାକାଟି ନୃଶଂସ ଭାବେ ହତ୍ୟା କରିଛି । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡା ଗାଁ’ରେ ।
ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ଘଟଣା ସ୍ଥଳରେ ହିଁ ଝିଅଟିର ମୃତୁ୍ୟ ହୋଇଥିବା ଜଣାପଡିଛି । ଯୁବକଟି ଶିଶୁକନ୍ୟାକୁ ହତ୍ୟା ପରେ, ତା’ର କଟାମୁଣ୍ଡକୁ ଧରି ଗାଁ’ରେ ବୁଲିଥିଲା ।
ଗ୍ରାମବାସୀମାନେ ଯୁବକକୁ କାବୁ କରି ପୋଲିସ୍ ଜିମାରେ ଦେଇଛନ୍ତି । ତେବେ କାହିଁକି ଯୁବକ ଏଭଳି କାଣ୍ଡ ଘଟାଇଲା ତା’ର କାରଣ ଅସ୍ପଷ୍ଟ ରହିଛି । ମୃତଦେହକୁ ପୋଲିସ୍ ଜବତ କରି ତଦନ୍ତ ଜାରି ରଖିଛି ।
Powered by Froala Editor