ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ହେଉଛନ୍ତି ଅନୁଭବ

ଭୁବନେଶ୍ୱର : କିଏ ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ । ଆମ ଆଦମୀ ପାର୍ଟି ପକ୍ଷରୁ ରାଘବ ଚଢ଼ାଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଇବା ପାଇଁ ନିଷ୍ପତି ନିଆଯିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଘବ ଚଢ଼ା ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ହେବେବୋଲି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । କିନ୍ତୁ ବାସ୍ତବରେ ଓଡ଼ିଶାର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ହିଁ ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ବୋଲି ତଥ୍ୟ କହୁଛି ।
ଅନୁଭବ ମହାନ୍ତି ୧୯୮୧ ମସିହା ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ଜୁନରେ ରାଜ୍ୟସଭା ସାଂସଦ ହୋଇଥିଲେ । ଅର୍ଥାତ ସେତେବେଳେ ତାଙ୍କ ବୟସ ୩୨ ବର୍ଷ ୬ ମାସ ଥିଲା । ଯେତେବେଳେକି ଆପ ବିଧାୟକ ରାଘବ ଚଢ଼ାଙ୍କ ଜନ୍ମ ତାରିଖ ହେଉଛି ୧୯୮୮ ମସିହା ନଭେମ୍ବର ୧୧ । ସେ ଏବେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇନଥା’ନ୍ତି । ଏବେ ତାଙ୍କ ବୟସ ୩୩ ବର୍ଷ ଟପିସାରିଛି । ଅର୍ଥାତ ଅନୁଭବ ହିଁ ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ହେବେ ।
ଏନେଇ ବିଜେପି ନେତା ମନୋଜ ତିୱାରୀ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛନ୍ତି । ରାଘବ ଚଢ଼ା ନୁହଁନ୍ତି, ତାଙ୍କ ପୂର୍ବରୁ ଅନୁଭବ ସର୍ବକନିଷ୍ଠ ସାଂସଦ ହୋଇସାରିଛନ୍ତି ବୋଲି ସେ କହିଛନ୍ତି ।
Powered by Froala Editor