ଟଙ୍କା ବାଣ୍ଟିବା ବେଳେ ବିଧାୟକଙ୍କ ଭାଇଙ୍କୁ ମାଡ଼

ବଲାଙ୍ଗୀର : ସାରା ରାଜ୍ୟରେ ପୌର ନିର୍ବାଚନ ଜାରି ରହିଛି । ତେବେ ବଲାଙ୍ଗୀରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେର ବୁଥ ନିକଟରେ ଟଙ୍କା ବାଣ୍ଟୁଥିବାବେଳେ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ତାଙ୍କ ଭାଇଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ମାଡ଼ ମାରୁଥିବାବେଳେ ନିଜେ ସରୋଜ ମେହେର ସେଠାରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟଯେ, ପାଟଣାଗଡ଼ ଏନଏସି ନିର୍ବାଚନ ପାଇଁ ବୁଥ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ପ୍ରଦୀପ ମେହେର ଟଙ୍କା ବାଣ୍ଟୁଥିବା ନେଇ ବିଜେପି କର୍ମୀମାନେ ଅଭିଯୋଗ କରିଥିଲେ । ସେମାନେ ତୁରନ୍ତ ପ୍ରଦୀପଙ୍କ ନିକଟକୁ ଯାଇ ତାଙ୍କୁ ଧରିବା ସହ ମାଡ଼ ମାରିଥିଲେ । ସେହି ସମୟରେ ଗୋଟିଏ ଗାଡ଼ି ଭିତରେ ବିଧାୟକ ନିଜେ ଉପସ୍ଥିତ ଥିଲେ । ମାଡ଼ ମାରିବା ପରେ ତୁରନ୍ତ ଉଭୟ ଗୋଷ୍ଠୀ ଥାନାରେ ଯାଇ ପହଁଚିଥିଲେ । କିନ୍ତୁ ଏଯାବତ ଉଭୟ ଗୋଷ୍ଠୀ ଏଫଆଇଆର କରିନଥିବା ଜଣାପଡ଼ିଛି । ଏନେଇ ଗଣମାଧ୍ୟମକୁ ଉଭୟ ପକ୍ଷରୁ କେହି କିଛି କହିନାହାନ୍ତି । ସମସ୍ତେ ଥାନା ନିକଟରେ ଥିବାବେଳେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି ।
Powered by Froala Editor