ପୋଲ ତଳେ ଏକାଧିକ ନରକଙ୍କାଳ, ରାଜଧାନୀବାସୀ ଛାନିଆ
ଭୁବନେଶ୍ବର କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ମିଳିଛି ବହୁ ସଂଖ୍ୟକ ନରକଙ୍କାଳ । ଏକସଙ୍ଗେ ପ୍ରାୟ ୬ଟି ଖପୁରୀ ସହ ଏକାଧିକ ନରକଙ୍କାଳ ଠାବ କରାଯାଇଛି । ତେବେ ଏତେଗୁଡ଼ିଏ ନରକଙ୍କାଳ କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନାହିଁ ।ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। କେଉଁଠୁ ଏହି ନରକଙ୍କାର ଆସିଲା, କିଏ ଏଠାରେ ଫୋପାଡ଼ିଲା ତାହା ଜଣାପଡ଼ିନାହିଁ । ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହା ପଛର କାରଣ କ’ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାକୁ ନେଇ ପୁଲିସ୍ର କୌଣସି ପ୍ରତିକ୍ରିୟା ମିଳିପାରିନି।
Powered by Froala Editor