ନେତାଙ୍କ ହତ୍ୟାର ପ୍ରତିଶୋଧ : ୫ ଘରେ ତାଲା ପକାଇ ୭ ଜଣଙ୍କୁ ଜାଳିଦେଲେ

ତ୍ରୁଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ପଶ୍ଚିମବଙ୍ଗର ବୀରଭୂମିରେ ୭ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଛି। ନେତାଙ୍କୁ ହତ୍ୟା କରାଯିବା ପରେ ଏହାର ପ୍ରତିଶୋଧ ନେବା ପାଇଁ କିଛି ଦୁର୍ବୃତ୍ତ ୫ଟି ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ। ଏହି କାରଣରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ରାମପୁରହାଟରେ ଟିଏମସି ଉପାଧ୍ୟକ୍ଷଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏଭଳି କାଣ୍ଡ କରିଛନ୍ତି ଦୁର୍ବୃତ୍ତ।
ଏହି ଘଟଣା ପରେ ଡିଏମ୍ ସମେତ ବୀରଭୂମିର ବଡ ବଡ ଅଫିସରମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ପୂରା ମାମଲା ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଏ ଓ କେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ କିଛି ସୂଚନା ମିଳିନାହିଁ। ରାମପୁରହାଟରେ ଘଟିଥିବା ହିଂସା ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କରାଯାଇଛି।
ସୂଚନା ମୁତାବକ, ରାମପୁରହାଟରେ ସୋମବାର ଦିନ ଟିଏମ୍ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ସୋମବାର ରାତିରେ ବୋମାମାଡ କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଘଟାଯାଇଥିବା କୁହାଯାଉଛି।
Powered by Froala Editor