କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା, ଆଉ ୪ ଗିରଫ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ଗତକାଲି ୬ ଜଣଙ୍କୁ ପୁଲିସ୍ ବାନ୍ଧିଥିବା ବେଳେ ଆଜି ଆଉ ୪ ଜଣଙ୍କୁ ବାନ୍ଧିଛି । ଗିରଫ ହୋଇଥିବା ୪ ଜଣ ହେଉଛନ୍ତି କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ । ଫଳରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୦ ଛୁଇଁଲା ।
ଏତଲାରେ ନାମ ଥିବା ୩ଜଣଙ୍କ ସହ ଆଉ ଜଣଙ୍କୁ ଗିରଫ କରାଯାଇଛି । ଆଜି କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇଙ୍କୁ ପୁଲିସ୍ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍ପି କନୱର ସିଂ । କୁନମୁନ, ଟୁଟୁ ଓ ହରି କୃଷ୍ଣଚନ୍ଦ୍ରଙ୍କ ହତ୍ୟା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ଫେରାର କରିବାରେ ସାହାଯ୍ୟ କରିଥିବା ଅଭିଯୋଗରେ ବନ୍ଧା ହୋଇଛି ଜଗନ ।
ପୁଲିସକୁ ଚକମା ଦେବାକୁ ଘଟଣା ପରଠୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାଗୁ ଘୁରି ବୁଲୁଥିଲେ ଏହି ୪ ଅଭିଯୁକ୍ତ । କେତେବେଳେ ସାତପଡା ଜଙ୍ଗଲରେ ତ କେତେବେଳେ ଚିଲିକା ମଝିରେ କାଟୁଥିଲେ ରାତି । ଏପରିକି ଫୋନ ବ୍ୟବହାର କରୁ ନଥିଲେ ।
ବାରବାଟୀ ଜାଗାରେ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିବା ପରେ ବାଇକ୍ରେ ଏହି ଅଭିଯୁକ୍ତମାନେ ସାତପଡା ପଳାଇଯାଇଥିଲେ । ସେଠାରେ ୨ ଦିନ ରହିବା ପରେ ପହଞ୍ଚିଥିଲେ ଚିଲିକାରେ । ଚିଲିକା ମଝିରେ ବୋଟରେ ୨ ଦିନ, ୨ ରାତି କାଟିଥିଲେ । ରାଜ୍ୟ ବହାରକୁ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ମାଡି ବସିଥିଲା । ଘଟଣା ଦିନ ସ୍ପଟରେ ୪ ଅଭିଯୁକ୍ତ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ କରାଗଲା ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିବ ବୋଲି କହିଛନ୍ତି ପୁରୀ ଏସ୍ପି ।
Powered by Froala Editor