ମାନସ ହତ୍ୟା ମାମଲା, ଶର୍ମିଷ୍ଠାଙ୍କ ବାବଦରେ ଏହା କହିଲେ ଏସପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲା ଘନେଇବାରେ ଲାଗିଛି । ଗିତକାଲି ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ଏହି ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ମାନସ ହତ୍ୟା ଘଟଣାପରଠୁ ପୁଲିସ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ ।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବାବଦରେ ଭଦ୍ରକ ଏସପି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଶର୍ମିଷ୍ଠାଙ୍କ କୌଣସି ପତ୍ତ ମିଳିନାହିଁ । ଓଡିଶା ବାହାରେ ୩ଟି ଟିମ୍ ଓ ଓଡିଶାରେ ଗୋଟିଏ ଟିମ୍ ଖୋଜୁ୍ଥିବା ସେ କହିଛନ୍ତି । ଏହାସହିତ ଶର୍ମିଷ୍ଠାଙ୍କୁ କାହିଁକି ପ୍ରଥମେ ଛଡା ଯାଇଥିଲା, ସେ ପ୍ରଶ୍ନର ମଧ୍ୟ ଉତ୍ତର ରଖିଛନ୍ତି, ପ୍ରମାଣ ନଥିବାରୁ ଶର୍ମିଷ୍ଠାଙ୍କୁ ଛାଡି ଦିଆଯାଇଥିଲା ବୋଲି ସେ କହିଛନ୍ତି । ଅତିରିକ୍ତ ଏସପିଙ୍କ ସହ ଶର୍ମିଷ୍ଠାଙ୍କ ଫଟୋକୁ ନେଇ ମଧ୍ୟ ଭଦ୍ରକ ଏସପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଫଟୋ ବାବଦରେ କିଛି ଜାଣିନି, ତଦନ୍ତ କରିବୁ ଓ କାର୍ଯ୍ୟାନୁଷ୍ଠାନ ନେବୁ ।’
Powered by Froala Editor