ସ୍ୱାମୀଙ୍କ ଦଶାହରେ, ଆଜି ଚାଲିଗଲେ ସ୍ତ୍ରୀ

ବାସୁଦେବପୁର: ରାଜ୍ୟରେ ସରିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । କିନ୍ତୁ ଏହପରେ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତରେ ନିର୍ବାଚନରେ ହାରିଥିବା ସମିତି ସଭ୍ୟା ପ୍ରାର୍ଥୀଙ୍କୁ କମେଣ୍ଟ ମାରିବାରୁ ସ୍ୱାମୀ ୧୩ ତାରଖରେ ଘରର ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରଥମେ ସ୍ତ୍ରୀ ସୁମତି ବିଷ ପିଇ ଦେଇଥିଲେ । ଏହାପରେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିଲେ ।
ସୂଚନା ଅନୁସାରେ ଚଳିତ ପଂଚାୟତ ନିର୍ବାନରେ ସମିତି ସଭ୍ୟା ଭାବେ ହାରିଥିଲେ ସୁମତି ପରିଡା । ବିଜୟ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତିଙ୍କ ଘରବାଟେ ଯାଉଥିଲା । ଘର ସାମ୍ନାରେ ସୁମତିଙ୍କ ସ୍ୱାମୀଙ୍କୁ କମେଣ୍ଟ କରିଥିଲେ ବିଜୟୀ ପ୍ରାର୍ଥୀ । ଅପମାନିତ ହୋଇ ସୁମତିଙ୍କ ସ୍ୱାମୀ ରମାକାନ୍ତ ଘରେ ଝଗଡା କରିଥିଲେ । କାହିଁକି ନିର୍ବାଚନରେ ଛିଡା ହେଉଥିଲୁ କହି ସ୍ତ୍ରୀ ସୁମତିକୁ ଗାଳି ଦେଇଥିଲେ । ଏଥିରେ ମ୍ରିୟମାଣ ହୋଇ ସୁମତି ବିଷ ପିଇ ଦେଇଥିଲେ । ସ୍ତ୍ରୀ ବିଷ ପିଇ ଗୁରୁତର ହେବା ଦେଖି ଫାଶୀ ଲଗାଇ ଦେଇଥିଲେ ସ୍ୱାମୀ ରମାକାନ୍ତ ।
ଭଦ୍ରକ ମେଡିକାଲରେ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ସୁମତିଙ୍କୁ କଟକ ପଠାଯାଇଥିଲା । ତେବେ ଆଜି ସ୍ୱାମୀ ରମାକାନ୍ତଙ୍କ ଦଶାହ କ୍ରିୟା ଚାଲିଥିବାବେଳେ ସ୍ତ୍ରୀ ସୁମତି କଟକ ବଡ ମେଡିକାଲରେ ଚିକିସôାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଥିପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳି ଯାଇଛି ।
Powered by Froala Editor