୨୫ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର:ଆସନ୍ତା ସ୍ବଳ୍ପକାଳୀନ ବଜେଟ ଅଧିବେଶନ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେଡି । ଏନେଇ ଆସନ୍ତା ୨୫ ତାରିଖରେ ବସିବ ଶାସକ ଦଳ ବିଜେଡିର ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକର ଅଧ୍ୟକ୍ଷତାରେ କରିବାକୁ ଥିବା ବେଳେ ବିଧାୟକମାନେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଉପସ୍ଥିତ ରହିବେ ।
ପୂର୍ବାହ୍ନ ୧୦.୩୦ ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ବୈଠକ । ସୂଚନା ଥାଉ କି ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୭ ଦିନିଆ ବିଧାନସଭା ଅଧିବେଶନରେ ରହିଛି ମାତ୍ର ୬ଟି କାର୍ୟ୍ୟ ଦିବସ । ୩୧ ମାର୍ଚ୍ଚରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ୩୦ ମାର୍ଚ୍ଚରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଅଧିବେଶନ ଉପସ୍ଥାପନ ହେବ ।
Powered by Froala Editor