ଏପ୍ରିଲ୍ରୁ ପୁଣି ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ

ରାଜ୍ୟର ସ୍କୁଲଗୁଡିକରେ ଏପ୍ରିଲ୍ରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଗଣଶିକ୍ଷା ବିଭାଗ ମିଡ୍ ଡେ ମିଲ୍ ନୋଡାଲ୍ ଅଫିସରଙ୍କ ଚିଠିରୁ ଏହା ଜଣାପଡ଼ିଛି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏମ୍ଡିଏମ୍ ୟୁନିଟ୍ ନୋଡାଲ୍ ଅଫିସର୍ । କୋଭିଡ୍ ଗାଇଡ୍ଲାଇନ୍ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ରୋଷେଇ ଘର ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବାକୁ ଏଥିରେ ଉଲ୍ଲେଖ ରହିଛି ।
କୋଭିଡ୍ କାରଣରୁ ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରହିଥିଲା । ଫଳରେ ପିଲାଙ୍କୁ ଶୁଖିଲା ରାସନ ଦିଆଯାଉଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ମିଳୁଥିଲା। ବର୍ତ୍ତମାନ ସ୍କୁଲ ଖୋଲିଛି। ତେଣୁ ରନ୍ଧାଖାଦ୍ୟ ପିଲାଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଛି। ଏଥିଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି।
Powered by Froala Editor