କଂସା ପାତ୍ରରେ ପଖାଳର ମଜା ନେଲେ ନବୀନ
ସାରା ରାଜ୍ୟରେ ପାଳିତ ହୋଇଛି ପଖାଳ ଦିବସ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ଭାବେ ବେଶ ଲୋକପ୍ରିୟ ପଖାଳ ଖାଇବାକୁ ନେଇ ୨୦୧୫ରୁ ପାଳିତ ହେଉଛି ‘ପଖାଳ ଦିବସ’। ଏହି ଅବସରରେ ଘରେ ଏବଂ ହୋଟେଲରେ ପଖାଳ ମଜା ଉଠାଇଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ଲୋକଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି।
ସେ ଟୁଇଟ୍ ଯୋଗେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଏକ କଦଳୀ ପତ୍ର ଉପରେ ପଖାଳ ରଖାଯାଇଛି। ପଖାଳ ଭାତ ସହ ୬ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପରଷା ଯାଇଛି। ସେଥିରେ ରହିଛି ଛୋଟ ମାଛ ଭଜା, ସଜନା ଛୁଇଁ ଭଜା, ଆଳୁ କଦଳୀ ଭଜା, ଶାଗ ଭଜା, କଲରା ଚିପ୍ସ ଓ ଅନ୍ୟ ଏକ ବ୍ୟଞ୍ଜନ। ଏଥି ସହିତ ଲେମ୍ବୁ ଓ ଲଙ୍କା ମଧ୍ୟ ଦିଆଯାଇଛି। ପଖାଳ ଖାଇବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଖାଳ ମୋର ପସନ୍ଦ। ନବୀନ ଆଜି ସମସ୍ତ ଖାଦ୍ୟ କଂସା ପାତ୍ରରେ ଖାଉଥିବା ଦେଖାଯାଇଛି।
Powered by Froala Editor