ଆସନ୍ତା ବର୍ଷ ଛତିଶଗଡରେ ନିର୍ବାଚନ ଲଢିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବରେ ଆରମ୍ଭ ହୋଇଛି ଆପ୍ ଯୁଗ । କଂଗ୍ରେସ ଶାସିତ ସରକାରଙ୍କୁ ଗାଦିଚ୍ୟୁତ କରି ଶାସନ ମଙ୍ଗ ଧରି ଆମ୍ ଆଦମୀ ପାର୍ଟି । ପଞ୍ଜାବରେ ଏହି ପ୍ରଚଣ୍ଡ ବିଜୟ ପରେ ଏବେ ଛତିଶଗଡ ଉପରେ ଆଖି ପକାଇଛି ଦଳ । କାରଣ ଆସନ୍ତା ବର୍ଷ ଛତିଶଗଡ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ପାର୍ଟି ଏଠାରେ ମୈଦାନକୁ ଓହ୍ଲାଇବ । ଆସନ୍ତା ଛତିଶଗଡ ନିର୍ବାଚନ ଲଢିବାକୁ ଦଳ ନିଷ୍ପତ୍ତି ନେଇଥିବା ବେଳେ ଏନେଇ ଏବେଠୁ ସଜବାଜରେ ଲାଗି ପଡିଛି ।
ଏହି ପରିପ୍ରେକ୍ଷୀରରେ ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜିଠୁ ଦୁଇ ଦିନିଆ ଛତିଶଗଡ ଗସ୍ତ କରିବେ । ମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି, କଂଗ୍ରେସ ଶାସିତ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ନିଜ ଦଳର ପ୍ରସ୍ତୁତିକୁ ଗତି ଦେବା । ଆପ୍ର ପୂର୍ବାଞ୍ଚଳ ୱିଙ୍ଗ ଇନଚାର୍ଜ ତଥା ବିଧାୟକ ସଞ୍ଜୀବ ଝା ମଧ୍ୟ ମନ୍ତ୍ରୀ ଗୋପାଳ ରାୟଙ୍କ ସହ ଯିବେ ।ଦୁଇ ଦିନିଆ ଗସ୍ତ ଅବସରରେ ବରିଷ୍ଠ ଆପ୍ ନେତା ଦଳର ଆକ୍ସନ ପ୍ଲାନକୁ ତ୍ବରାନ୍ବିତ କରିବା ପାଇଁ ଆଜି ଦଳୀୟ ନେତା ଓ କର୍ମୀଙ୍କ ସହ ସିରିଜ୍ ବୈଠକ କରିବେ । ରାଜ୍ୟରେ ଏକ ବୃହତ୍ ସଦସ୍ୟତା ଅଭିଯାନର ଆରମ୍ଭ କରିବା ସଙ୍ଗେ ସଙ୍ଗେ ରାଜଧାନୀ ରାୟପୁରରେ ପାର୍ଟିର ରାଜ୍ୟ ମୁଖ୍ୟାଳୟ ଉଦଘାଟନ କରିବେ । ସେହିପରି ସୋମବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ରାୟପୁରରେ ଆୟୋଜିତ ହେବାକୁ ଥିବା ବିଜୟ ଯାତ୍ରାରେ ମନ୍ତ୍ରୀ ସାମିଲ ହେବେ । ଏହି ଯାତ୍ରା ଆଗାମୀ ଛତିଶଗଡ ବିଧାନସବା ନିର୍ବାଚନ ପାଇଁ ଦଳର କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବ ଏବଂ ବିଜୟ ଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଆପ୍ର ସନ୍ଦେଶ ପହଞ୍ଚାଇବ ବୋଲି ଗୋପାଳ ରାୟ କହିଛନ୍ତି ।
Powered by Froala Editor