ବିଶ୍ୱପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ସବୁ ବର୍ଷ ମାଚ୍ଚର୍୍ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଆରା ଢଙ୍ଗରେ ଆଜି ବିଶ୍ୱପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ବାଲୁକା ନିର୍ମାଣ ଦ୍ୱାରା ଓଡିଆଙ୍କ ପଖାଳ କଂସା, ବଡି ଚୁରା, ମାଛଭଜା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନର ଅବିକଳ ବାଲୁକା କଳା କରିଛନ୍ତି । ଯାହାକି ବେଶ ଆକର୍ଷଣୀୟ ହୋଇଛି । ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମନ୍ଦିରରେ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ ।
ଖାଲି ଓଡ଼ିଆମାନେ ନୁହଁନ୍ତି ସ୍ୱୟଂ ଭଗବାନ ବି ପଖାଳ ଖାଆନ୍ତି । ଖରାଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଚନ୍ଦନଯାତ୍ରା ବେଳେ ଦହି ପଖାଳ ମଣୋହି କରି ମଦନମୋହନ ଚାପ ଖେଳିଥା’ନ୍ତି । ଶ୍ରୀମନ୍ଦିରରେ ପାଣି ପଖାଳ ୨୩ ଓଳି ଓ ଚିପୁଡ଼ା ପଖାଳ ୧୪ ଓଳି ଭୋଗ ଲାଗିଥାଏ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ବଡ଼ସିଂହାର ଭୋଗ ବେଳେ ପଖାଳ ସାଙ୍ଗକୁ କଦଳୀ ଭଜା ଅର୍ପଣ କରାଯାଇଥାଏ ।
Powered by Froala Editor