ଏଠାରେ ହୋଲି ରଙ୍ଗ ପକାଇଲେ ଜୋରିମାନା

ଚଳିତ ବର୍ଷର୍ ହୋଲି ମାଚ୍ଚର୍୍ ୧୯ ତାରିଖରେ ପଡୁଥିଲେ ମଧ୍ୟ ଝାଡଖଣ୍ଡର ସାନ୍ତାଳ ସମ୍ପ୍ରଦାୟରେ ପାଣି ଓ ଫୁଲର ହୋଲି ପନ୍ଦର ଦିନ ଆଗରୁ ଆରମ୍ଭ ହୋଇ ସାରିଛି । ସେମାନେ ଏହାକୁ ବାହାପର୍ବ ବୋଲି କୁହନ୍ତି । ଏଠାକାର ପରମ୍ପରାରେ ରଙ୍ଗ ପକାଇବା ମନା । ଯଦି କୌଣସି ଯୁବକ କେହି ଅବିବାହିତା ଝିଅ ଉପରେ ରଙ୍ଗ ପକାଇ ଦିଅନ୍ତି, ତେବେ ତାଙ୍କୁ ସେହି ଝିଅଙ୍କୁ ବାହା ହେବାକୁ ପଡେ ନଚେତ୍ ମୋଟା ଅଙ୍କର ଜୋରିମାନା ଦେବାକୁ ହୋଇଥାଏ । ଝିଅ ବାହା ହେବାକୁ ଅରାଜି ହେଲେ ପଞ୍ଚାୟତ ଉକ୍ତ ଯୁବକର ସମସ୍ତ ସମ୍ପତ୍ତି ସେହି ଝିଅ ନାଁ’ରେ କରାଇପାରନ୍ତି ।
ଏହି ଭୟରେ ସମାଜର ପୁରୁଷମାନେ କେବଳ ପୁରୁଷଙ୍କ ସହିତ ହିଁ ହୋଲି ଖେଳିଥାନ୍ତି । ତେବେ ବାହାପର୍ବ ଅବସରରେ ପ୍ରକୃତି ପୂଜା ହୋଇଥାଏ । ସାନ୍ତାଳ ଆଦିବାସୀମାନେ ଧନୁତୀର ପୂଜା କରିବା ସହ ଢୋଲର ତାଳେତାଳେ ନୃତ୍ୟ କରିଥାନ୍ତି । ଥଟ୍ଟା-ପରିହାସଯୋଗ୍ୟ ସଂପର୍କୀୟଙ୍କ ଉପରକୁ ପାଣି ପକାଇଥାନ୍ତି ।
Powered by Froala Editor