ମହିଳାଙ୍କ ଗୁପ୍ତାଙ୍ଗରୁ ବାହାରିଲା ଭଙ୍ଗା କାଚ ଗ୍ଲାସ୍
ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କ ଗୁପ୍ତାଙ୍ଗରୁ ଭଙ୍ଗା କାଚ ଗ୍ଲାସ ବାହାରିଛି। ଆଫ୍ରିକା ଟ୍ୟୁନିସିଆର ୪୫ ବର୍ଷୀୟା ଜଣେ ମହିଳାଙ୍କ ଗୁପ୍ତାଙ୍ଗରେ ଦରଜ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଆସିଥିଲେ। ସବୁବେଳେ କହୁଥିଲେ ଯେ, ତାଙ୍କ ପ୍ରାଇଭେଟ ପାର୍ଟ ଦରଜ ହେବା ସହ ଯନ୍ତ୍ରଣା ହେଉଛି। ତାଙ୍କୁ ବାରମ୍ବାର ପରିସ୍ରା ଲାଗୁଥିଲା। ସେ ଏହାକୁ ୟୁରିନ୍ ଇନ୍ଫେକ୍ସନ ଭାବି ଅଣଦେଖା କରୁଥିଲେ। କିନ୍ତୁ ଯନ୍ତ୍ରଣା ଦିନକୁ ଦିନ ଅଧିକ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ପରୀକ୍ଷା କରାଇଥିଲେ। ଯାଞ୍ଚ ସମୟରେ ଏହା ଏକ ସାଧାରଣ ସଂକ୍ରମଣ ନୁହେଁ ବୋଲି ଜଣାପଡ଼ିଥିଲା। ତାଙ୍କ ଶରୀରରେ ୮ ସେଣ୍ଟିମିଟର ଲମ୍ବ ବ୍ଲାଡର ପଥର ପରି ଦିଶିଥିଲା। ଯାହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ମହିଳାଙ୍କ ଗୁପ୍ତାଙ୍ଗର ଅସ୍ତ୍ରୋପଚାର କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ମହିଳାଙ୍କ ବ୍ଲାଡରରେ ୮ ସେମି ଲମ୍ବ ଏକ କାଚ ଥିଲା। ଏହା ମହିଳାଙ୍କ ଗୁପ୍ତାଙ୍ଗ ଦେଇ ପ୍ରବେଶ କରି ବ୍ଲାଡର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହାପରେ ଯନ୍ତ୍ରଣାର ଶିକାର ହୋଇଥିଲେ ସେ। ମହିଳା ଜଣକ କହିଥିଲେ ଯେ କିଛି ବର୍ଷ ପୂର୍ବେ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ତେଣୁ ସନ୍ଦେହ କରାଯାଉଛି କି ସେହି ସମୟରେ ଏହି କାଚଖଣ୍ଡ ତାଙ୍କ ଗୁପ୍ତାଙ୍ଗରେ ରହି ଯାଇଥାଇପାରେ। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଓପନ୍ ଅସ୍ତ୍ରୋପଚାର ମାଧ୍ୟମରେ ମହିଳାଙ୍କ ଶରୀରରୁ ଗ୍ଲାସ ବାହାର କରାଯାଇଛି। ଏହାର ଦୁଇ ଦିନ ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଥିଲା।
Powered by Froala Editor