ସେକ୍ସ ର୍ୟାକେଟ : ଟେଲି ଅଭିନେତ୍ରୀଙ୍କ ସହ ୩ ମହିଳା ଉଦ୍ଧାର, ଦଲାଲ ଗିରଫ

ଗୋଆର ରାଜଧାନୀ ପାଣାଜୀ ନିକଟସ୍ଥ ସାନଗୋଲ୍ଡାରେ ସେକ୍ସ କାରବାର ଚାଲିଥିବାବେଳେ କ୍ରାଇମବ୍ରାଞ୍ଚ ଟିମ ଏହାର ପର୍ଦ୍ଦାଫାସ କରି ହାଇଦ୍ରାବାଦର ହାଫିଜ ସୟଦ ବିଲାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଏଥିସହ ସେକ୍ସ କାରବାରରେ ଲିପ୍ତ ଥିବା ୩ ମହିଳାଙ୍କୁ ଉଦ୍ଧାର କରିଛି। ଏହି ମହିଳାଙ୍କ ମଧ୍ୟରେ ଜଣେ ଟିଭି ଅଭିନେତ୍ରୀ ରହିଛନ୍ତି।
ଗୋଆ, କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଟିଭି ଅଭିନେତ୍ରୀଙ୍କ ସମେତ ଉଦ୍ଧାର ହୋଇଥିବା ଅନ୍ୟ ଦୁଇ ଜଣ ମହିଳା ମୁମ୍ବାଇ ନିକଟସ୍ଥ ଭିରାରରୁ ଗୋଆ ଆସିଥିବାବେଳେ ତୃତୀୟ ଜଣକ ହାଇଦ୍ରାବାଦରୁ ଆସିଥିଲେ। ପୁଲିସ କହିଛି ଯେ କ୍ରାଇମ ବ୍ରାଞ୍ଚ ଦ୍ୱାରା ସୂଚନା ମିଳିଥିଲା ଯେ ହାଫିଜ ସୟଦ ବିଲାଲ ଏକ ସେକ୍ସ ରାକେଟର କାର୍ଯ୍ୟକଳାପରେ ଜଡିତ ଥିଲା ଏବଂ ହାଫିଜ୍କୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ପୁଲିସ୍ ପକ୍ଷରୁ ଏକ ଜାଲ ବିଛା ଯାଇଥିଲା।
ଯେଉଁଥିରେ ଅଭିଯୁକ୍ତ ହାଫିଜ୍ ସାନଗୋଲ୍ଡା ଅଞ୍ଚଳର ଏକ ହୋଟେଲ ନିକଟରେ ୫୦,୦୦୦ ଟଙ୍କା ଦେୟ ନେଇ ବେଶ୍ୟାବୃତ୍ତି ପାଇଁ ମହିଳା ଯୋଗାଇବ ବୋଲି କହିଥିଲା। ହାଫିଜ ହୋଟେଲକୁ ୩ ଜଣ ମହିଳାଙ୍କ ସହ ଆସିଥିଲା। ଏହି ସମୟରେ ତାକୁ ଗିରଫ କରାଯାଇଛି। ମହିଳାମାନଙ୍କ ବୟସ ୩୦ରୁ ୩୭ ବର୍ଷ ମଧ୍ୟରେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
Powered by Froala Editor