ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି
ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା । ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଲମ୍ବା ଲାଇନ୍ ଲାଗିଥିଲା । ଅସହ୍ୟ ଖରା ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଭକ୍ତମାନେ ଛିଡା ହୋଇଥିବାରୁ ଅତିଷ୍ଠ ହୋଇପଡିଥିଲେ । ଏହପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ଭକ୍ତମାନେ ପେଲାଠେଲା ହୋଇ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ । ଧସେଇ ପଶିବାରୁ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଛି ।
Powered by Froala Editor