ହକି ଷ୍ଟାଡିୟମ୍ ନିର୍ମାଣ କାର୍ୟ୍ୟ ତଦାରଖ କରିବେ ଫାଇଭ୍-ଟି ସଚିବ
ରାଉରକେଲା: ହକି ଷ୍ଟାଡିୟମ୍ ନିର୍ମାଣ କାର୍ୟ୍ୟ ତଦାରଖ କରିବେ ଫାଇଭ୍-ଟି ସଚିବ । ରାଉରକେଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ୟ୍ୟ ତଦାରଖ କରିବେ । ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି ।
ଏନେଇ ଶୁକ୍ରବାର ସକାଳ ୧୦ ଟା ୧୫ରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ । ସକାଳ ୧୦ ଟା ୨୫ ସମୟରେ ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ସ୍ତରର ଦେଶର ସର୍ଵ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ୟ୍ୟ ଅନୁଧ୍ୟାନ କରିଵେ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ୟ୍ୟ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ୟ୍ୟ କରାଯାଇଛି ।
ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି ।
Powered by Froala Editor