ହୋଲିରେ କରନ୍ତୁ ଏମିତି ପୂଜା, ବଦଳିଯିବ ଭାଗ୍ୟ
ଖୁସିର ରଙ୍ଗ ନେଇ ଆସୁଛି ରଙ୍ଗର ପର୍ବ ହୋଲି । ଏହି ଦିନଟି ଅତ୍ୟନ୍ତ ଶୁଭ । ଏହି ଦିନ ଭକ୍ତିର ସହ ସୂର୍ଯ୍ୟ ଦେବତାଙ୍କୁ ପୂଜା କଲେ ଘରେ ଆର୍ଥିକ ଉନ୍ନତି ହୋଇଥାଏ । ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ । ପୃଥିବୀ ପୃଷ୍ଠରୁ ସିଧାସଳଖ ଦେଖାଯାଉଥିବା ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନଙ୍କର ବିଶେଷ ମହତ୍ୱ ରହିଛି । ପ୍ରାଚୀନ କାଳରୁ ଭଗବାନ ସୂର୍ଯ୍ୟଙ୍କ ଉପାସନା ଚାଲିଆସୁଛି । ଭଗବାନ ସୂର୍ଯ୍ୟଙ୍କୁ ପୂଜା କଲେ ରୋଗରୁ ମୁକ୍ତି ମିଳିବା ସହ ଜୀବନରେ ମାନ ସମ୍ମାନ ବି ମିଳିଥାଏ । ଏହାସହିତ କାର୍ଯ୍ୟରେ ଉନ୍ନତି ପାଇବାକୁ ଚାହୁଁଥିଲେ ସୂର୍ଯ୍ୟଦେବଙ୍କୁ ମଧ୍ୟ ଆପଣ ପୂଜା କରିପାରିବେ । ତେବେ ଆଗକୁ ଆସୁଛି ହୋଲି ପର୍ବ । ଏହି ଦିନ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଏଭଳି ପୂଜା କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବଢିଥାଏ ।
ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ୱ ରହିଛି । ଏହି ଦିନକୁ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ବୋଲି କୁହାଯାଏ । ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ । ଚୈତ୍ର ମାସ ପ୍ରତିପଦା ତିଥିରେ ହୋଲି ପାଳନ କରାଯାଏ । ତେବେ ବାସ୍ତୁ ଓ ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନରେ କିଛି କଥା ଉପରେ ଧ୍ୟାନ ରଖିବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଘରେ ସୁଖ ଶାନ୍ତି ବଢିଥାଏ । ଯେମିତିକି,
-ହୋଲି ଦିନ ଅରୁଆ ଚାଉଳ କ୍ଷୀରରେ ପକାଇ, ସେଥିରେ ଗୁଡ ମିଶାଇ ଖାଇବା ଉଚିତ୍ । ଏହାଦ୍ୱାରା ଜୀବନରେ ଉନ୍ନତି ହୁଏ । ଏହାସହିତ ଆପଣ ଅଟା ଏବଂ ଗୁଡକୁ ନାଲି କପଡାରେ ବାନ୍ଧି ଅସହାୟ ଲୋକଙ୍କୁ ଦାନ କରିବା ଉଚିତ୍ । ଏହା କଲେ ସୌଭାଗ୍ୟପ୍ରାପ୍ତି ହୋଇଥାଏ ।
-ଏହି ଦିନ ଘରର ବେଡ୍ ରୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାନ୍ତୁ । ପରେ ଏଥିରେ ଫୁଲ, ଚନ୍ଦନ ଏବଂ ଗୁଲାଲ ଅର୍ପଣ କରନ୍ତୁ । ଏହା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିଥାଏ ।
-ହୋଲି ଦିନ ଘରେ ତୁଳସୀ କିମ୍ବା ମନି ପ୍ଲାଣ୍ଟ ଗଛ ଲଗାନ୍ତୁ । ଏହା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଧାର୍ମିକ କଥା ଅନୁସାରେ ଏହି ଗଛ ଲଗାଇବା ଦ୍ୱାରା, ସୌଭାଗ୍ୟ ଆସିଥାଏ । ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଘରକୁ ଧନର ଆଗମନ ହୋଇଥାଏ । ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।
-ହୋଲି ଦିନ ଘରର ମୁଖ୍ୟଦ୍ୱାର ବାହାରେ, ଉପରେ ସ୍ୱର୍ଯ୍ୟ ଦେବତାଙ୍କ ଫଟୋ ଲଗାନ୍ତୁ । ଏହାଦ୍ୱାରା ଘରେ ସକରାତ୍ମକତା ବଢିଥାଏ ଓ କଷ୍ଟରୁ ମୁକ୍ତି ମିଳିଥାଏ ।
Powered by Froala Editor