ଷଷ୍ଠରୁ ପିଲା ପଢ଼ିବେ ଭଗବତ ଗୀତା
ଏବେ ଗୁଜରାଟର ସମସ୍ତ ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମରେ ଶ୍ରୀମଦ ଭଗବତ ଗୀତାକୁ ସାମିଲ କରାଯିବ। ଛାତ୍ରଛାତ୍ରୀଙ୍କୁ ଗୀତାର ସିଦ୍ଧାନ୍ତ ଏବଂ ମୂଲ୍ୟ ସମ୍ପର୍କର ପଢାଯିବ। ଗୁଜରାଟ ସରକାର ନୂଆ ଶିକ୍ଷା ନୀତି ଅନୁସାରେ ଏହାର ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ, ସ୍କୁଲର ଗୀତା ଜ୍ଞାନ ଏବଂ ଏହାର ମୂଲ୍ୟବୋଧ ବିଷୟରେ ଯେପରି ଜାଣିପାରିବେ ଏଥିପାଇଁ ଗୀତା ଉପରେ ଭାଷଣ ପ୍ରତିଯୋଗୀତା, ଶ୍ଲୋକ ଗାନ ଏବଂ ସାହିତ୍ୟର ଆୟୋଜନ କରାଯିବ ।
ଏହା ଦ୍ୱାରା ଛାତ୍ରଛାତ୍ରୀ ଗୀତା ଜ୍ଞାନ ବିଷୟରେ ଜାଣିବା ସହ ଆଦର୍ଶବାଦୀ ହେବେ । ଉତ୍ତମ ଆଚରଣ କରିବେ ଓ ନୀତି ଶିକ୍ଷା ପାଇବେ । ଛାତ୍ରଛାତ୍ରୀଙ୍କ ଭିତରେ ହେଉଥିବା ପରିବର୍ତ୍ତନକୁ ଅଭିଭାବକମାନେ ମଧ୍ୟ ଦେଖିପାରିବେ । ତେଣୁ ଏହାର ଆବଶ୍ୟକତା ରହିଛି ବୋଲି ସରକାର କହିଛନ୍ତି ।
Powered by Froala Editor