୪ ରାଜ୍ୟରେ ସରକାର ଗଠନ ନେଇ ଚାଲିଛି ବିଜେପି ନେତାଙ୍କ ମାନସମନ୍ଥନ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ସରକାର ଗଠନ ନେଇ ବିଜେପି କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ଚାଲିଛି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଦଳ ପୁନର୍ବାର ଭରସା କରି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିଛି। ସେହିପରି ଗୋଆରେ ପ୍ରମୋଦ ସାୱନ୍ତ ଓ ମଣିପୁରରେ ଏନ ବୀରେନ ସିଂହଙ୍କ ଉପରେ ଦଳ ପୂନର୍ବାର ଭରସା କରିଥିବା ଜଣାଯାଇଛି। ଉଭୟଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦଳ ସ୍ଥିର କରିଛି। ତେବେ ଉତ୍ତରାଖଣ୍ଡରେ ଲାଗି ସ୍ଥିର ହୋଇନାହିଁ। କାରଣ ଏଠାରେ ମୁଖ୍ୟମନ୍ତ୍ରୀ ଥିବା ପୁଷ୍କର ସିଂହ ଧାମି ନିର୍ବାଚନରେ ହାରିଯାଇଛନ୍ତି। ମାତ୍ର ଦଳ ଏଠାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ହୋଲି ପରେ ଏହି ୪ ରାଜ୍ୟରେ ସରକାର ଗଠନ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ନାମ ଚୂଡାନ୍ତ ହେବ। ଇତି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିଛନ୍ତି।
Powered by Froala Editor