ପଞ୍ଜାବରେ ହଟିଲା, କିନ୍ତୁ ପଶ୍ଚିମବଙ୍ଗରେ ବଢ଼ିଲା କରୋନା କଟକଣା

ସଂକ୍ରମଣ କମୁଛି ବୋଲି ଗତକାଲି ପଞ୍ଜାବ ସରକାର ସବୁ କରୋନା କଟକଣା ହଟାଇ ଦେଇଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗରେ କଟକଣା ବଢାଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାତି ୧୨ଟାରୁ ୫ଟା ପର୍ଯ୍ୟନ୍ତ ଲୋକ ତଥା ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ଏହି ସମୟ ଅବଧିରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ବୋଲି ଆଦେଶରେ ଉଲ୍ଲେଖ କରାଯାଇଛି ।
ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ନିର୍ଦ୍ଦେଶରେ କୁହାଯାଇଛି ଯେ, ପରିଚାଳନା ସଂସ୍ଥା, ପ୍ରତିଷ୍ଠାନଗୁଡ଼ିକର ମାଲିକ ନିୟମିତ କାର୍ଯ୍ୟକ୍ଷେତ୍ରରେ ସାନିଟାଇଜେସନ୍ ଏବଂ COVID ଉପଯୁକ୍ତ ନିୟମାବଳୀ ସମେତ ସମସ୍ତ COVID-19 ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟୀ ରହିବେ ।
ତେବେ ହୋଲିକା ଦହନ ଅବସରରେ କଟକଣା କୋହଳ କରାଯାଇଛି । କୁହାଯାଇଛି ଯେ ‘ହୋଲିକା ଦହନ’ ଅବସରରେ ମାର୍ଚ୍ଚ ୧୭ ବ୍ୟତୀତ ଏହି ପ୍ରତିବନ୍ଧକ ସବୁ ଦିନ ଜାରି ରହିବ ।
Powered by Froala Editor