ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ପରୀକ୍ଷାରୁ ଉଠି ଆସିଲେ ଛାତ୍ରୀ
ସ୍କୁଲ ଭିତରେ ହିଜାବ ପିନ୍ଧିବାକୁ ନେଇ ଛାତ୍ରୀମାନେ କରିଥିବା ଆବେଦନକୁ ଆଜି କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହିଜାବ ମୁସଲିମ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ଏବେ ପୁଣି କିଛି ଛାତ୍ରୀ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ହିଜାବ ପିନ୍ଧିଥିବା କିଛି ଛାତ୍ରୀମାନେ ପରୀକ୍ଷା ହଲ୍ରୁ ଉଠି ଆସିଛନ୍ତି।
ଇଣ୍ଡିଆ ଟୁଡେର ଖବର ଅନୁଯାୟୀ କର୍ଣ୍ଣାଟକର ୟାଦଗିରର ସୁରାପୁରା ଅଞ୍ଚଳ ସ୍ଥିତ କେମ୍ବାଭି ସରକାରୀ କଲେଜ୍ର ଛାତ୍ରୀମାନେ ପରୀକ୍ଷାକୁ ବହିଷ୍କାର କରି ବାହାରକୁ ଚାଲି ଆସିଛନ୍ତି। ଏହି ସବୁ ଛାତ୍ରୀମାନେ ହିଜାବ ପିନ୍ଧି କଲେଜକୁ ପରୀକ୍ଷା ଦେବାକୁ ଆସିଥିଲେ। ପରୀକ୍ଷା ମଙ୍ଗଳବାର ସକାଳ ୧୦ଟାରେ ଆରମ୍ଭ ହୋଇ ୧ଟାରେ ଶେଷ ହେବାର ଥିଲା। ଏହି ସମୟରେ କଲେଜ୍ର ଶିକ୍ଷୟତ୍ରୀ ଛାତ୍ରୀମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟର ନିୟମ ପାଳନ କରିବାକୁ କହିଥିଲେ। ମାତ୍ର ସେମାନେ ମାନିନଥିଲେ ଏବଂ ପରୀକ୍ଷା କକ୍ଷରୁ ବାହାରି ଆସିଥିଲେ।
ଛାତ୍ରୀଙ୍କ କହିବା ମୁତାବକ, ବର୍ତ୍ତମାନ ସେମାନେ ନିଜ ବାପାମା’ଙ୍କ ସହ କଥା ହେବେ। ଏହପରେ ହିଁ ସ୍ଥିର କରିବେ ଯେ ହିଜାବ ନ ପିନ୍ଧି କ୍ଲାସରେ ଯୋଗଦେବେ କି ନାହିଁ।
Powered by Froala Editor