‘ଦ କାଶ୍ମୀର ଫାଇଲ୍ସ’ କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ଏହାକୁ ବିରୋଧ କରୁଛନ୍ତି କିଛି ଲୋକ କିନ୍ତୁ ଚର୍ଚ୍ଚାକୁ ଆସୁନାହାନ୍ତି

ସତ୍ୟ ଘଟଣା ଉପରେ ଆଧାରିତ ‘ଦ କାଶ୍ମୀର ଫାଇଲ୍ସ’ ଶୁକ୍ରବାର ସିନେମା ହଲ୍ରେ ରିଲିଜ୍ ହେବା ମାତ୍ରେ ବଡ଼ ସଫଳତା ପାଇଛି। ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକ ପୂର୍ବରୁ କଶ୍ମୀରୀ ହିନ୍ଦୁ ଦେଶ ଛାଡିବା ଏବଂ ଜନଶୁଣାଣିକୁ ଚିତ୍ରଣ କରାଯାଇଛି। ଅନେକ କଳାକାର ଏହି ଫିଲ୍ମକୁ ପ୍ରଶଂସା କରି ଏହାକୁ ଦେଖିବା ପାଇଁ ଅପିଲ୍ କରିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫିଲ୍ମଟିକୁ ଦେଖିବା ଉଚିତ୍ ବୋଲି କହିଛନ୍ତି।
ଏପରିକି ଦ କଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ଲୁଚାଯାଇଥିବା ସତ୍ୟ ସାମ୍ନାକୁ ଆସିଛି। ଏଥିରେ କିଛି ଲୋକେ ବିଚଳିତ ହୋଇ ଉଠିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୫-୬ ଦିନ ଧରି ଆମେ ଦେଖି ଆସୁଛୁ ସେମାନେ ଭୟଭୀତ ହୋଇଯାଇଛନ୍ତି ଏବଂ ସମାଲୋଚନା କରୁଛନ୍ତି । ଏହା ଉପରେ କେହି ବି ଚର୍ଚ୍ଚା କରୁନାହାନ୍ତି, କିନ୍ତୁ ଏହାକୁ ବିରୋଧ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଫିଲ୍ମ ଉପରେ କାହାର ଆପତ୍ତି ଅଛି ତେବେ ଅନ୍ୟ ଗୋଟିଏ ନିର୍ମାଣ କରିନିଅନ୍ତୁ, କିନ୍ତୁ ଏହାକୁ ଅଟାକାଇବାର ପ୍ରୟାସ କରିବା କେଉଁ ବୁଦ୍ଧିମାନର କାମ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଦ କଶ୍ମୀର ଫାଇଲ୍ସର ପ୍ରଶଂସା କରିଥିଲେ। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିିତ ଏହି ଚଳଚ୍ଚିତ୍ରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ବ୍ୟବସ୍ଥିତ ହତ୍ୟା ପରେ କାଶ୍ମୀରରୁ କଶ୍ମୀର ପଣ୍ଡିତଙ୍କ ପଳାୟନକୁ ଦର୍ଶାଯାଇଛି।
Powered by Froala Editor