ଋଷରେ ଇନଷ୍ଟାଗ୍ରାମ ବନ୍ଦ
ମସ୍କୋ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏଥିପାଇଁ ଋଷିଆ ଉପରେ କଟକଣା ବଢିବାରେ ଲାଗିଛି । ସୋମବାରଠାରୁ ଋଷିଆରେ ଇନଷ୍ଟାଗ୍ରାମ ଉପରେ କଟକଣା ଜାରି ହୋଇଛି । ଫଳରେ ୮କୋଟି ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ।
ସୂଚନା ଅନୁସାରେ, କ୍ରେମଲିନ୍ ଋଷିଆରେ ଇନଷ୍ଟାଗ୍ରାମ ବ୍ୟବହାରକୁ ସଂପୂର୍ଣ୍ଣ ନିସିଦ୍ଧ କରିଛି । ଏହି ପ୍ରତିବନ୍ଧକ ସୋମବାରଠାରୁ ଲାଗୁ ହୋଇଛି । ଏହି ନୂତନ ଆଦେଶ ପରେ ଋଷିଆର ୮କୋଟିରୁ ଅଧିକ ୟୁଜର ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ହୋଇଛନ୍ତି । ଋଷିଆର ଉପଭୋକ୍ତାମାନେ କହିଛନ୍ତି ଯେ, ସେମାନେ ଏବେ ଇନଷ୍ଟାଗ୍ରାମ ଚଳାଇବାକୁ ଅସମର୍ଥ ।
ଦୁଇ ଦିନ ପୂର୍ବେ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଘୋଷଣା କରାଯାଇଥିଲା । ଇନଷ୍ଟାଗ୍ରାମ ମୁଖ୍ୟ ଆଦାମ ମୋସେରୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି ଯେ, ଋଷିଆର ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ୮୦ପ୍ରତିଶତ ୟୁଜର ଏହାକୁ ଦେଶ ବାହାରେ ମଧ୍ୟ ବ୍ୟବହାର କରନ୍ତି । ଏହି ସମସ୍ତ ୟୁଜର ଏହି ନିଷେଧାଦେଶ ଯୋଗୁ ନିଜ ନିଜ ପ୍ରିୟଜନଙ୍କ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛନ୍ତି ।
Powered by Froala Editor