ଟିଏମସି କାଉନସିଲରଙ୍କୁ ଗୁଳି

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) କାଉନସିଲରଙ୍କୁ ପଶ୍ଚିମବଙ୍ଗର ପାନିହାଟି ମୁ୍ୟନିସପାଲିଟିରେ ଗୁଳି କରି ହତ୍ୟା କରାଯାଇଛି । ଗୁଳି କରିଥିବା ସମୟର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ପାନିହାଟି ମୁ୍ୟନିସପାଲିଟି ୮ନମ୍ବର ୱାର୍ଡ କାଉନସିଲର ଅନୁପମ ଦତ୍ତଙ୍କୁ ରବିବାର ଗୁଳି କରି ହତ୍ୟା କରାଯାଇଥିବା, କମିଶନର୍ ଅଫ ପୋଲିସ୍ ମନୋଜ କୁମାର ବର୍ମା କହିଛନ୍ତି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ କଣ୍ଟ୍ରାକ୍ଟ କିଲର ଶମ୍ଭୁନାଥ ପଣ୍ଡିତଙ୍କୁ ଗିରଫ କରାଯାଇଛି । ତାଙ୍କୁ ଏବେ ପଚରା ଉଚରା କରାଯାଉଛି । କାଉନସିଲର ରବିବାର ସନ୍ଧ୍ୟାରେ ଆଗାରପାରାସ୍ଥିତ ଏକ ପାର୍କକୁ ଯାଇଥିବାବେଳେ ତାଙ୍କୁ ଗୁଳି କରାଯାଉଥିଲା ।
Powered by Froala Editor