କ୍ଷେପଣାସ୍ତ୍ର ମାଡରେ ୯ତାଲା ବିଲ୍ଡିଂ ଧ୍ୱଂସ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଗଡ଼ ଆକ୍ରମଣ ଜାରି ରଖିଛି ଋଷ୍ । ଯୁଦ୍ଧ ୧୮ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି । ରାଜଧାନୀ କିଭ୍ ଦଖଲ ଏକମାତ୍ର ଉଦେ୍ଧଶ୍ୟ ଥିବାରୁ ଏଠାରେ ଘନଘନ ଭୟଙ୍କର ମିସାଇଇ ମାଡ କରୁଛି ଋଷ୍ । ରୁଷ ସୈନ୍ୟଙ୍କ ମିସାଇଇ ମାଡରେ ଆଜି ଭୋରୁ କିଭ୍ର ଏକ ଆପାଣ୍ଟମେଣ୍ଟ ବ୍ଲକରେ ଭୟଙ୍କର ନିଆଁ ଲାଗିଛି । ଓବଲନର ପଡୋଶୀରେ ଥିବା ଏକ ୯ ତାଲା ବିଲଡିଂ ଉପରେ ରୁଷ ସେନା କ୍ଷପଣାସ୍ତ୍ର ମାଡ କରିଛି । ଫଳରେ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି । ଆଜି ଭୋରୁ ୫ଟାରେ ଏହା ଘଟିଛି । କିଭ୍ ଇଣ୍ଡିପେଡେଣ୍ଟ ପକ୍ଷରୁ ଏହାହର ଭିଡିଓ ସହ ଟ୍ୱିଟ୍ କରାଯାଇଛି । ତେବେ ଏହି ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳି ନାହିଁ । ତେବେ ଋଷର ସୈନ୍ୟମାନେ ରାଜଧାନୀ କିଭ୍କୁ ଚାରିପଟୁ ଘେରାଉ କରି ରହିଛନ୍ତି ।
ରୁଷର ଆକ୍ରମଣରୁ ବର୍ତ୍ତ ନାହାନ୍ତି ସାଧାରଣ ଲୋକେ କି ହସ୍ପିଟାଲ । କ୍ଷେପଣାସ୍ତ୍ର ମାଡ଼ରେ ୭ଟି ହସ୍ପିଟାଲ ପୁରା ଧ୍ୱଂସ ହୋଇଥିବା ବେଳେ ୧୦୪ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । କିଭ୍ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ୧୩ ଶହ ୟୁକ୍ରେନ ସୈନ୍ୟ ନିହତ ହେଲେଣି । ସାଧାରଣ ଲୋକଙ୍କ ମୃତୁ୍ୟ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । କେବଳ ମାରିୟୁପୁଲରେ ୨୧ ଶହରୁ ଅଧିକ ଲୋଙ୍କ ମୃତୁ୍ୟ ହୋଇଥିବା କିଭ୍ ପକ୍ଷରୁ କୁହାଯାଇଛି । ରୁଷର ଆକ୍ରମଣକୁ ପୋପ୍ ମଧ୍ୟ କଡ଼ା ନିନ୍ଦା କରିଛନ୍ତି । ନିଜର ରବିବାର ସମ୍ବୋଧନରେ ସେ କହିଛନ୍ତି, ଏହି ଗଣହତ୍ୟା ବନ୍ଦ ହେଉ । ବିଶେଷ କରି ହସ୍ପିଟାଲ ଓ ସିଭିଲିଆନଙ୍କୁ ଟାର୍ଗେଟ ନ କରିବାକୁ ସେ ଅନୁରୋଧ କରିଛନ୍ତି ।
Powered by Froala Editor