ୟୁକ୍ରେନୀୟ ନାଗରିକଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
ଶରଣାର୍ଥୀ ଭାବେ ୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଏକ ବସ୍ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ଇଟାଲିରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣକର ମୃତ୍ୟୁ ଘଟିଛି।
ଇଟାଲିର ଷ୍ଟେଟ୍ ରେଡିଓ କହିଛି ଯେ, ବସ୍ଟି ଶରଣାର୍ଥୀଙ୍କୁ ଧରି ଇଟାଲିର ଦକ୍ଷିଣ ପେସ୍କାରା ଅଭିମୁଖେ ବାହାରିଥିଲା। କିନ୍ତୁ ଫୋରଲି ନିକଟରେ ବସ୍ଟି ଓଲଟି ପଡ଼ିଥିଲା। ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଛି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ପୁଲିସ ବାରାକରେ ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିବା ଇଟାଲିର ଦମକଳିବାହିନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଯୁଦ୍ଧ ଯୋଗୁ ପ୍ରାୟ ୩୫୦୦୦ ୟୁକ୍ରେନୀୟ ଲୋକେ ପଡ଼ୋଶୀ ଇଟାଲିକୁ ଶରଣାର୍ଥୀଭାବେ ଯାତ୍ରା କରିଛନ୍ତି ବୋଲି ସୂଚନା ରହିଛି। ଅନ୍ୟପଟେ ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ବିଫଳ ହୋଇଥିବା ବେଳେ ଏବେ ଯୁଦ୍ଧ ତୀବ୍ର ହୋଇଛି। ରୁଷ ଯୁକ୍ରେନ ଉପରେ ବୋମା ବିସ୍ଫୋରଣ କରି ଚାଲିଛି। ଏଭଳି ଭୟଙ୍କର ପରିସ୍ଥିତି ସମୟରେ ଅସୁସ୍ଥ ମାଆଙ୍କ ପାଇଁ ଔଷଧ ଖୋଜିବାକୁ ଯାଇଥିବା ଜଣେ ୟୁକ୍ରେନୀୟ ଡାକ୍ତରାଣୀ ରୁଷ୍ ସେନାଙ୍କ ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
Powered by Froala Editor