ନିଲାମ ହେଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ
କୋପେନ୍ହେଗେନ୍: ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ପ୍ରଥମ ଫଟୋଗୁଡିକୁ ନିଲାମ କରାଯିବ । ୧୯୬୦ ଓ ୧୯୭୦ ଦଶକରେ ଏହି ଫଟୋ ଉତ୍ତୋଳିତ ହୋଇଥିଲା । ନିଲାମ ହେବା ପାଇଁ ଏବେ ୭୪ଟି ବିରଳ ତଥା ଚମକôାର ଫଟୋ ରଖାଯାଇଛି । ସେଥିମଧ୍ୟରେ ‘ଆପୋଲୋ’ ଅଭିଯାନର ୨୬ଟି ଫଟୋ ରହିଛି । ଚନ୍ଦ୍ର ପୃଷ୍ଠରେ ପଦପାତ ସହ ଚାଲୁଥିବା ପ୍ରଥମ ମହାକାଶଚାରୀ ବଜ୍ ଆଲ୍ଡ୍ରିନ୍ ଓ ନୀଲ୍ ଆମଷ୍ଟ୍ରଙ୍ଗ ଗୋଟିଏ ‘ଆର୍ଥରାଇଜ୍ ଫଟୋ’ ସମେତ ଏ ସଂକ୍ରାନ୍ତ ବହୁବିଧ ଫଟୋର ନିଲାମ ପ୍ରକ୍ରିୟା ବୁଧବାର ପ୍ରସିଦ୍ଧ ବୁରୁନ୍ ରାସ୍ମୁସିନ୍ ନିଲାମ ଆରମ୍ଭ ହୋଇଛି । ପ୍ରତି ଫଟୋ ଅଲଗା ଅଲଗା ଭାବେ ବିକ୍ରି ହେଉଛି । ନିଲାମ ପାଇଁ ରହିଥିବା ୭୪ଟି ଫଟୋର ମୂଳ ଦର ୨ଲକ୍ଷ ୫ହଜାର ଡଲାର ଧାର୍ଯ୍ୟ ହୋଇଛି ।
୧୯୬୮ ଡିସେମ୍ବରରେ ପ୍ରଥମ ପଦପାତର ଦୃଶ୍ୟ ସମ୍ବଳିତ ଫଟୋ ୮ରୁ ୧୨ହଜାର ୟୁରୋ ମୂଳ୍ୟରେ ବିକ୍ରି ପାଇଁ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏସବୁ ଫଟୋ ମଧ୍ୟରୁ କେତେ ଗୁଡଏ ପ୍ରଥମ ଥର ପ୍ରଦର୍ଶନ ମଧ୍ୟ କରାଯାଉଛି । ନାସାର ଅଭିଲେଖାଗାରରେ ଥିବା ଏହି ଫଟୋରୁ କେତେକ ବିଭିନ୍ନ ମଣ୍ଡପରେ ପ୍ରଦର୍ଶିତ ହୋଇଛି । ଏତଦ୍ ବ୍ୟତୀତ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ଭଳି କେତେକ ଚ୍ୟାନେଲ ଓ ପୁସ୍ତକରେ ତାଙ୍କ ବିଷୟରେ ଛପାଯାଇଛି ତ’ ଅଧିକାଂଶ ନାସା ପାଠାଗାରରେ ରହିଛି ।
Powered by Froala Editor