ଜେଲେନସ୍କି କହିଲେ, କେବେବି ସଫଳ ହେବନି ଋଷ
କ୍ୱିଭ: ୟୁକ୍ରେନ ସେନା ଋଷ ସେନାକୁ ଦୀର୍ଘ ଦଶନ୍ଧି ପରେ ଶକ୍ତ ଝଟ୍କା ଦେଇଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି ଏଭଳି ଦାବି କରିଛନ୍ତି । ଏକ ଫେସବୁକ୍ ଭିଡିଓରେ ଉଦ୍ବୋଧନ ଦେଇ ଜେଲେନସ୍କି କହିଛନ୍ତି, ୩୧ ଋଷ ବାଟାଲିୟନ୍ ଗ୍ରୁପ୍ ଦକ୍ଷତା ହରାଇ ଦେଇଛନ୍ତି ଏବଂ ୩୬୦ଋଷ ଟ୍ୟାଙ୍କ ଧ୍ୱଂସ ହୋଇଯାଇଛି । ଋଷ ସେନା ୟୁକ୍ରେନ ସେନାବାହିନୀ ପାଖରେ ଆତ୍ମସମର୍ପଣ କରିସାରିଛନ୍ତି ବୋଲି ଜେଲେନସ୍କି କହିଛନ୍ତି ।
ଋଷ ଏବେ ୟୁକ୍ରେନକୁ ପୁଣିଥରେ ନୂଆ ସେନାଦଳ ପଠାଉଛି । ଦୀର୍ଘ ଦଶନ୍ଧି ମଧ୍ୟରେ ଋଷ ସେନା ଏଭଳି କ୍ଷତି କେବେ ସହିନଥିଲା । ମାରିୟୁପୋଲ୍ ସହରକୁ ଉଦବୋଧନ ଦେଇ ଜେଲେନସ୍କି କହିଛନ୍ତି, ଆମକୁ ଭାଙ୍ଗିବା ପାଇଁ ଏବଂ ଆମ ବିଶ୍ୱାସକୁ ଭାଙ୍ଗିବା ପାଇଁ ଋଷ ଆତଙ୍କବାଦର ବ୍ୟବହାର କରୁଛି । କିନ୍ତୁ ମୋର ଏହା ଦୃଢ ବିଶ୍ୱାସ ଯେ, ଋଷ କେବେବି ଏଥିରେ ସଫଳ ହେବନି ।
Powered by Froala Editor