ବଡ ଖବର: ରାଜ୍ୟରେ ୪୭୧ କରୋନା ପଜିଟିଭ

ଭୁବନେଶ୍ୱର : ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ୨୪ ଘଂଟାରେ ୪୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୭୧ ପଜିଟିଭ ମଧ୍ୟରୁ କ୍ୱାରେଂଟିନରେ ୨୭୮, ଲୋକାଲ କେସ୍ ୧୯୩, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ୫୦, ନୂଆପଡା ୪୨, ଖୋର୍ଦ୍ଧ ୪୦, ବଲାଙ୍ଗିର ୩୬, ସମ୍ବଲପୁର ୨୭, ଝାରସୁଗୁଡା ୨୩, କଟକ ୨୨, ନବରଙ୍ଗପୁର ୧୭, ମୟୂରଭଂଜ ୧୬, ବାଲେଶ୍ୱର ୧୫, ପୁରୀ ୧୪, ଗଂଜାମ ୧୨, ଯାଜପୁର ୧୧, ଅନୁଗୁଳ ୧୦, ଷ୍ଟେଟପୁଲ ୯, ରାୟଗଡାରୁ ୮ ଚିହ୍ନଟ ୮ ଚିହ୍ନଟ ହୋଇଛନ୍ତି ।