ଟଳିଲେ ୪ ଆତଙ୍କବାଦୀ
ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କବାଦୀ । ଜମ୍ମୁ-କଶ୍ମୀରର ଗାନେ୍ଦରବଲ, ପୁଲୱାମା ଓ ହାଣ୍ଡୱାରାରେ ଚାଲିଥିବା ଏନକାଉଣ୍ଟରେ ୪ ଜଣ ଆତଙ୍କୀ ନିହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ ଅବସ୍ଥାରେ ଧରାଯାଇଛି ।
କଶ୍ମୀର ଆଇଜିପି କୁମାରଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକାଧିକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ପୁଲୱାମାରେ ଜୈଶର ୨ ଜଣ, ଗାନେ୍ଦରବଲରେ ଲସ୍କର ଜଣେ ଓ ହାଣ୍ଡୱାରାରେ ମଧ୍ୟ ଜଣେ ଆତଙ୍କବାଦୀ ହରାଇଛନ୍ତି । ହାଣ୍ଡୱାରା ଓ ପୁଲୱାମାରେ ଏନକାଉଣ୍ଟର ଶେଷ ହୋଇଛି । ତେବେ ଗାନେ୍ଦରବଲରେ ଏନକାଉଣ୍ଟର ଜାରି ରହିଛି । ସେହିପରି ଜଣେ ଆତଙ୍କୀକୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତକାଲି ରାତିରେ କଶ୍ମୀରର ଏକାଧିକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ପୁଲିସ୍ ଓ ସେନା ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ୩ଟି ଯାକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଭୋର ସମୟରେ ପୁଲିସ୍ ପକ୍ଷରୁ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିଛି ।
ଏଯାଏ ଗାନେ୍ଦରବଲରେ ଜଣେ ଲସ୍କର ଆତଙ୍କୀ ନିହତ ହୋଇଥିବାବେଳେ ପୁଲିୱାମାର ଚେୱା କଲାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜୈଣ ୨ ଜଣ ଆତଙ୍କୀ ପ୍ରାଣ ହରାରଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ରହିଛି । ଚେୱା କଲାନ ଅଞ୍ଚଳରେ ଆହୁରି ଦୁଇ ଜଣ ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ହାଣ୍ଡୱାରାର ନେଚାମ ରାଜୱରରେ ହୋଇଥିବା ଏନକାଉଣ୍ଟର୍ରେ ଲସ୍କରର ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି ।
Powered by Froala Editor