ଲକଡାଉନରେ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ, ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ । କରୋନା ଏବେ ବେକାବୁ ତଥା ବେଲଗାମ ହୋଇଯାଇଛି । ଯାହାକୁ ନେଇ ସମସ୍ତେ ଉଦବିଗ୍ନ । ଭୟଭୀତ । କରୋନା ସଂକ୍ରମଣର ନିଆଁ ଏବେ ହୁତ ହୁତ ହୋଇ ଜଳୁଛି । କରୋନା ଶୃଙ୍ଖଳ ଭାଙ୍ଗିବାକୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି । ନାଇଟ କର୍ଫୁ୍ୟ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି । ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ମେ’ ୫ରୁ ୧୯ ତାରିଖ ପଯୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଏହି ସମୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ଆସନ୍ତୁ ଜାଣିବା:
୧-ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇ ହେବ । ଘର ଠାରୁ ୫ଶହ ମିଟର ଦୂର ଯାଏଁ ଚାଲି ଚାଲି ପରିବା ଆଣି ହେବ । ସକାଳ ୬ରୁ ଦିନ ୧୨ ଯାଏ ଚାଲି ଚାଲି ପରିବା ଆଣି ହେବ ।
୨- ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ନାହିଁ
୩- ଲକଡାଉନ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି
୪- କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
୫- ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
୬- ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
୭- ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ
୮- ସିନେମା ହଲ, ମଲ, ମାର୍କେଟ କମ୍ପ୍ଲେକ୍ସ, ଜିମ ବନ୍ଦ ରହିବ
୯- ଯାତ୍ରା, ଅପେରା, ଖୋଲା ମଞ୍ଚ ସମ୍ପୂର୍ଣ୍ଣଭାବେ ବନ୍ଦ ରହିବ
୧୦-ସେଲୁନ, ପାର୍ଲର, ସ୍ପା ସମ୍ପୂର୍ଣ୍ଣଭାବେ ବନ୍ଦ ରହିବ
୧୧- ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
୧୨- ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ହେବ ବିବାହ ଆୟୋଜନ
Powered by Froala Editor