ବିନା ଅଣ୍ଡାରେ ବନାନ୍ତୁ ଅମଲେଟ୍, ଓଃ..କି ଟେଷ୍ଟି.......

ପିଲାଠୁ ବୁଢା ସମସ୍ତେ ଆଣ୍ଡା ଅମଲେଟ୍ ଖାଇବାକୁ ଭଲ ପାଆନ୍ତି । ଅମଲେଟ୍ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକାରୀ ହୋଇଥାଏ । କିନ୍ତୁ ଯେଉଁ ଲୋକମାନେ ଆମିଷ ଖାଆନ୍ତି ନାହିଁ । ସେମାନେ ଅଣ୍ଡା ଅମଲେଟ ଖାଆନ୍ତି ନାହିଁ । ତେବେ ବିନା ଅଣ୍ଡାରେ ଭି ଅମଲେଟ ହୋଇପାରିବ । ଆଉ ଏହା ପୂରା ଅଣ୍ଡା ଅମଲେଟ୍ ପରି ସ୍ୱାଦିଷ୍ଟ ଲାଗିବ । ତେବେ ଆସନ୍ତୁ ଜାଣିବା କିପରି ତିଆରି କରିବା ବିନା ଅଣ୍ଡା ବାଲା ଅମଲେଟ୍ ।
ସାମଗ୍ରୀ: ବେସନ ୨କପ୍, ମଇଦା ୧କପଠୁ ଟିକେ କମ୍, ବେକିଂ ପାଉଡର ଅଧା ଚାମଚ, ଚୁନଚୁନ କଟା ହୋଇଥିବା ପିଆଜ, କଞ୍ଚାଲଙ୍କା ଓ ଧନିଆପତ୍ର, ଜିରା, ସ୍ୱାଦ ଅନୁସାରେ ଲୁଣ ଓ ତେଲ ।
ପ୍ରସ୍ତୁତି: ପ୍ରଥମେ ଏକ ବାଉଲରେ ବେସନ, ମଇଦା, ବେକିଂ ପାଉଡର, ଜିରା ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ତା’ପରେ ପାଣି ପକାଇ ଏକ ପତଳା ଘୋଳ ତିଆରି କରନ୍ତୁ । ତା’ପରେ କଟା ଯାଇଥିବା ପିଆଜ, ଲଙ୍କା, ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ ।
ଏବେ ତାୱାରେ ଏକ ପ୍ୟାନ ଗରମ କରନ୍ତୁ । ଅଳ୍ପ ତେଲ ପକାଇ ସେହି ଘୋଳକୁ ପକାଇ ପ୍ୟାନର ଚାରିଆଡେ ବୁଲାଇ ଦିଅନ୍ତୁ । ଗୋଟେ ପଟ ହୋଇଗଲା ପରେ ଆରପଟକୁ ଓଲଟାଇ ଦିଅନ୍ତୁ । ସଂପୂର୍ଣ୍ଣ ଭାବେ ହୋଇଗଲା ପରେ ପ୍ଲେଟକୁ କାଢି ଟମେଟୋ ସସ୍ ସହ ପରସନ୍ତୁ ।
ଓଃ..କି ଟେଷ୍ଟି ଆପଣ ବିଶ୍ୱାସ କରିପାରିବେନି ଯେ, ଏଥିରେ ଅଣ୍ଡା ପଡିନାହିଁ ବୋଲି ।
Powered by Froala Editor