ଆଜି ଦେଶରେ କରୋନା ନେଲା ୨୫୫ମୁଣ୍ଡ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଏହା ସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି। ଆଜି ଦେଶରେ ୪ହଜାର ୧୯୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୫୫ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୧୫ହଜାର ୭୧୪କୁ ବୃଦ୍ଧି ପାଇଛି ।
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୪୨ହଜାର ୨୧୯ । ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୨୬ହଜାର ୩୨୮ରେ ପହଞ୍ଚି ଯାଇଛି ।
ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor