କରୋନାରେ ଟାଇମ୍ସ ଅଫ୍ ଇଣ୍ଡିଆ ସାମ୍ବାଦିକ ପ୍ରୀତିମାନଙ୍କ ପରଲୋକ
କରୋନାରେ ଟାଇମ୍ସ ଅଫ୍ ଇଣ୍ଡିଆର ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ । ପ୍ରୀତିମାନଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରୀତିମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କରୋନାରେ ଜଣେ ଭଲ ବନ୍ଧୁଙ୍କୁ ହରାଇଲି ବୋଲି ଟ୍ବିଟ କରି କହିଛନ୍ତି ମାନସ ।
ଆଇଆଇଏମସି ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ଏକାଧିକ ପ୍ରିଣ୍ଟମିଡିଆରେ ଦକ୍ଷତାର କାର୍ଯ୍ୟନିର୍ବାହ କରିଥିବା ପ୍ରୀତିମାନ ପରବର୍ତ୍ତୀ ସମୟରେ ଟାଇମସ୍ ଅଫ ଇଣ୍ଡିଆରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି। ଗତକାଲି ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ ଅମଜାଦ୍ ବାଦସା, ମାନସ ରଞ୍ଜନ ଜୟପୁରିଆଙ୍କ ମୃତ୍ୟୁ ଘଟିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା ।
Powered by Froala Editor