ହ୍ୱାଇଟହ୍ୟାଟ୍ ଜୁନିୟର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ଦେବାକୁ ଅଗ୍ରଣୀ ସ୍ପେଶ୍ କମ୍ପାନୀ ଏଣ୍ଡ୍ୟୁରୋସାଟ୍ ସହିତ ହାତ ମିଳାଇଲା

ଏହି ଅନନ୍ୟ ସହଭାଗିତା ଛାତ୍ରଛାତ୍ରୀଙ୍କୁ ମହାକାଶରେ ଥିବା ଏକ ଉପଗ୍ରହକୁ ନିର୍ଦ୍ଦେଶ ପ୍ରେରଣ କରିବା ଏବଂ ତାହାର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେବ
ଭୁବନେଶ୍ୱର : କୋଡିଂ ଏବଂ ଗଣିତ ବିଷୟରେ ୧:୧ ଲାଇଭ ଅନ୍ଲାଇନ କ୍ଲାସ ପ୍ରଦାନ କରୁଥିବା ଏକ ଅଗ୍ରଣୀ ଏଡ୍ଟେକ କମ୍ପାନୀ ହ୍ୱାଇଟହ୍ୟାଟ୍ ଜୁନିୟର ଏକ ଅଗ୍ରଣୀ ସ୍ପେଶ୍ କମ୍ପାନୀ ଏଣ୍ଡ୍ୟରୋସାଟ୍ ସହିତ ଦୀର୍ଘବର୍ଷ ପାଇଁ ସହଯୋଗିତା କରିଛି । ଏହି ଚୁକ୍ତି ମୁତାବକ ୨୦୨୧ ଡିସେମ୍ବରରେ ଏକ ଉପଗ୍ରହ ଉତ୍କ୍ଷେପଣ କରାଯିବ, ଯେଉଁଥିରେ ପେ’ଲୋଡ କେବଳ ହ୍ୱାଇଟହ୍ୟାଟ୍ ଜୁନିୟର ପାଇଁ ଉତ୍ସର୍ଗୀକୃତ ରହିବ ଏବଂ ଏହା ହ୍ୱାଇଟହ୍ୟାଟ୍ ଜୁନିୟର ଛାତ୍ରଛାତ୍ରୀଙ୍କୁ ମହାକାଶ ସଂପର୍କିତ ଶିକ୍ଷା ଆହରଣ ସୁଯୋଗ ପ୍ରଦାନ କରିବ । ଏଥିସହିତ ହ୍ୱାଇଟହ୍ୟାଟ୍ ଜୁନିୟର ଛାତ୍ରଛାତ୍ରୀ ୨୦୨୧ ଜୁନ୍ ମାସରେ ଉତ୍କ୍ଷେପଣ ହେବାକୁ ଥିବା ଅନ୍ୟଏକ ଉପଗ୍ରହ ସହିତ ପରୀକ୍ଷାମୂଳକ ଭିତ୍ତିରେ ସଂପର୍କ ସ୍ଥାପନ କରିବେ । ଉଭୟ ଉପଗ୍ରହ ସ୍ପେଶ୍ଏକ୍ସ ଫାଲ୍କନ ୯ ରାଇଡସେୟାର୍ରୁ ଲାଭ ଉଠାଇବ ।
ହ୍ୱାଇଟହ୍ୟାଟ୍ ଜୁନିୟର ଏବଂ ଏଣ୍ଡ୍ୟୁରୋସାଟ୍ ମଧ୍ୟରେ ଏହି ଅନନ୍ୟ ସହଯୋଗିତା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ତାକର୍ଷକ ପ୍ରୟୋଗାତ୍ମକ ବିଜ୍ଞାନ ସୁଯୋଗ ସୃଷ୍ଟିକରିବ, ଯେଉଁମାନେ ମହାକାଶରେ କାର୍ଯ୍ୟକରୁଥିବା ଏକ ଉପଗ୍ରହକୁ ନିର୍ଦ୍ଦେଶ ପଠାଇବା ଏବଂ ତାହାର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ସମର୍ଥ ହୋଇପାରିବେ । ସେନ୍ସର ଡାଟା ବିଶ୍ଳେଷଣ (ପ୍ରତ୍ୟେକ ଉପଗ୍ରହରେ ୩୦ରୁ ଅଧିକ ସେନ୍ସର ଖଞ୍ଜାଯାଇଛି, ଯେଉଁଥିରେ ଇନ୍ଫ୍ରାରେଡ, ତାପମାତ୍ରା, ସନ୍ ସେନସର, ଜାଇରୋସ୍କୋପ ଆଦି ରହିଛି) ଠାରୁ କ୍ୟାମେରାଗୁଡିକ ନିୟନ୍ତ୍ରଣ କରିବା (ବିଭିନ୍ନ ମହାକାଶ ପଦାର୍ଥର ଚିତ୍ର ଉତ୍ତୋଳନ କରିବା), ଉପଗ୍ରହରୁ ବାର୍ତ୍ତା ପାଇବା ଏବଂ ଉପଗ୍ରହକୁ ବାର୍ତ୍ତା ପ୍ରେରଣ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅସୀମିତ ଏବଂ ଅତ୍ୟନ୍ତ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ପାଇବେ । ତାହାସହିତ ଛାତ୍ରଛାତ୍ରୀ ହ୍ୱାଇଟହ୍ୟାଟ୍ ଜୁନିୟର ପେ’ଲୋଡ କଂପ୍ୟୁଟର (ଏକ ରାସ୍ପବେରୀ ପିଆଇ ୪ ଯାହାର ମୁଖ୍ୟ ଅନ୍ବୋର୍ଡ କଂପ୍ୟୁଟର ସହିତ ପ୍ରତ୍ୟକ୍ଷ ସଂଯୋଗ ରହିଛି)ରେ ମହାକାଶ ଡାଟାକୁ ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଉପାୟରେ ସଜାଇବା କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଏହି ସମସ୍ତ ଶିକ୍ଷା ଆହରଣ ଅନୁଭୂତିକୁ ହ୍ୱାଇଟହ୍ୟାଟ୍ ଜୁନିୟର ପାଠ୍ୟକ୍ରମ ସହିତ ସୁରୁଖୁରୁରେ ସମନ୍ୱିତ କରାଯିବ ଏବଂ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏଥିରେ ନିୟୋଜିତ ରହିବାକୁ ନିଶ୍ଚିତ କରିବା ଲାଗି ଏକ କୌତୁକପୂର୍ଣ୍ଣ ଢଙ୍ଗରେ ପାଠ୍ୟବସ୍ତୁ ପ୍ରସ୍ତୁତ କରାଯିବ ।
ହ୍ୱାଇଟହ୍ୟାଟ୍ ଜୁନିୟରର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀ କରନ୍ ବଜାଜ କହିଛନ୍ତି, “ନୂତନ ଅନୁସନ୍ଧାନ ଜରିଅରେ କିଛି ସୃଷ୍ଟି କରିବାର ଶକ୍ତିରେ ଆମେ ସର୍ବଦା ବିଶ୍ୱାସ କରିଆସିଛୁ । ଛୋଟ ପିଲାମାନେ ଯେଭଳି ସେମାନଙ୍କ ସମ୍ମୁଖରେ ଦେଖୁଥିବା ପଦାର୍ଥଠାରୁ ଉର୍ଦ୍ଧକୁ ଚିନ୍ତା କରିବେ ଏବଂ ତାରା ରାଇଜରେ ପହଞ୍ଚିବା ଲକ୍ଷ୍ୟ ରଖିବେ, ସେଥିପାଇଁ ସେମାନଙ୍କୁ ସମର୍ଥ କରାଇବା ପ୍ରୟାସର ଏହି ସହଭାଗିତା ଏକ ନିଦର୍ଶନ ହୋଇଛି । ଆମେ ଆମ ଛାତ୍ରଛାତ୍ରୀଙ୍କୁ ଏହି ଅନନ୍ୟ ଶିକ୍ଷା ଆହରଣ ସୁଯୋଗ ପ୍ରଦାନ କରିବା ନେଇ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏହାକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବାକୁ ବହୁଧା କୌଶଳ ଅବଲମ୍ବନ କରିବା ଏବଂ କର୍ପୋରେଟ ସହଭାଗୀମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପ୍ରୟାସ କରୁଛୁ ।”
ଏଣ୍ଡ୍ୟୁରୋସାଟ୍ର ପ୍ରତିଷ୍ଠାତା ଓ ସିଇଓ ରେଚୋ ରେଚେଭ୍ କହିଛନ୍ତି, “ହ୍ୱାଇଟହ୍ୟାଟ୍ ଜୁନିୟର ସହିତ ସହଭାଗିତା କରିବ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଏକ ପ୍ରଥମ ଅଭିଯାନ ହେବାକୁ ଯାଉଛି ଯେଉଁଠାରେ ଏକ ସହଭାଗିତା ପିଲାମାନଙ୍କର ଶିକ୍ଷାକୁ ଆଦ୍ୟ ଅବସ୍ଥାକୁ ଉନ୍ନତ୍ତତର କରିବାକୁ ସଂପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ । ଏଣ୍ଡ୍ୟୁରୋସାଟ୍ ଦୀର୍ଘକାଳରୁ ମହାକାଶ ସଂପର୍କିତ ଶିକ୍ଷାର ସାର୍ବଜନୀନକରଣ ଏବଂ ତାହା ଆମର ନିଜସ୍ୱ ସ୍ପେଶ୍ପୋର୍ଟ ଏକାଡେମୀ ଜରିଆରେ ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ ହେବା ସପକ୍ଷରେ କହିଆସୁଛି । ଆମେ ଆଶା କରୁଛୁ ଯେ ଏହି ମହାକାଶ ଅଭିଯାନ ନୂଆ ପିଢିର ମହାକାଶପ୍ରେମୀଙ୍କୁ ପ୍ରେରଣା ଦେବ ଏବଂ ଏହାକୁ ହଜାର ହଜାର ସଂଖ୍ୟାରେ ଛୋଟ ପିଲାଙ୍କ ସହିତ ଅଂଶୀଦାର କରିବା ସମ୍ଭାବନାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ ।”