ଲସି ପିଇ ୧୦୦ ଗୁରୁତର

ମାଲକାନଗିରି: ଏବେ ଆକାଶରୁ ନିଆଁ ଝୁଲା ଖସୁଛି । ଖରା ପ୍ରବଳ । ତାତି ଏମିତି ଯେ, ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ତେବେ ଏହି ତାତିରୁ ଟିକେ ଆଶ୍ୱସ୍ତି ପାଇଁ କିଏ ଆଖୁ ରସ ପିଉଛି ତ କିଏ ଲସି । ତେବେ ଲସି ପିଇ ୧୦୦ରୁ ଊଦ୍ଧ୍ୱର୍ ଜଣ ଗୁୁରୁତର ହୋଇପଡ଼ିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତନ୍ମଧ୍ୟରୁ କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡ଼ିଥିଲେ । ବିଭିନ୍ନ ଗାଁ ବୁଲି ମେଡିକାଲ ଟିମ ସ୍ଥିତି ଅନୁଧ୍ୟାନ କରୁଛି । ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣୁଥିବା ଜଣାଯାଇଛି ।
Powered by Froala Editor